Only for Entertainment

ବେକ ଦରଜରୁ ପାଆନ୍ତୁ ମୁକ୍ତି ।

balderston chiropratic
0 47

ନୂତମ ଜ୍ଞାନ କୌଶଳ ଆମ ଜୀବନକୁ ଖୁବ ମାତ୍ରାରେ ସହଜ କରିଦେଇଛି । ତେଣୁ ସମସ୍ତ ଦରକାରୀ ଜିନିଷ ଆମ ହାତ ପାଆନ୍ତାରେ ସହଜରେ ମିଳିଯାଉଛି । କେବଳ ଘରେ ନୁହେଁ ଅଫିସରେ ମଧ୍ୟ ଏ ସବୁ ଅତି ସହଜରେ ଉପଲବ୍ଧ ହୋଇପାରିଛି । ତେଣୁ ସାରା ଦିନ ଅଫିସରେ ସ୍ମାର୍ଟ ଫୋନ ଏବଂ କମ୍ପ୍ୟୁଟର ସାମ୍ନାରେ ବସି ବସି ଦିନ ସରିଯାଉଛି, ଏବଂ ସମସ୍ତ କାମ ମଧ୍ୟ ହୋଇପାରୁଛି । କିନ୍ତୁ ପ୍ରତ୍ୟେକ ଜିିନିଷର ଉପକାରୀତା ଥିବା ସହ ଅପକାରୀତା ମଧ୍ୟ ରହିଥାଏ । ଯାହା ଦ୍ୱାରା ଦିନ ସାରା ଏସବୁ ସରଞ୍ଜାମରେ କାମ କରିବା ଦ୍ୱାରା ଅନେକ ବ୍ୟକ୍ତିଙ୍କର ବେକ ଏବଂ କାନ୍ଧ ଦରଜ ହୋଇଥାଏ, ଏବଂ ଏହା ପ୍ରତିଦିନ ପ୍ରାୟ ବ୍ୟବହାରକାରୀଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହା ସର୍ବାଇକଲ ପେନ ନାମରେ ଜଶାଶୁଣା । ଆମ ବେକ ଖୁବ ନମନୀୟ,ତେଣୁ ଏହାକୁ ମଧ୍ୟ କଷ୍ଟ ହୋଇଥାଏ । କଷ୍ଟରୁ ରକ୍ଷା ପାଇବା ପାଇଁ ଆମେ ବାମ ବ୍ୟବହାର କରିଥାଏ,କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଆମେ ପ୍ରାକୃତିକ ଉପାୟ ମଧ୍ୟ ଅବଲମ୍ବନ କରିପାରିବା । ଆସନ୍ତୁ ଜାଣିବା କିଛି ଉପକାରୀ ତଥ୍ୟ ।

ଅଲିଭ ଅଏଲ-
ଏହା ଶରୀର ପାଇଁ ଖୁବ ଲାଭଦାୟକ । ଶରୀରର କୌଣସି ଅଙ୍ଗ ଦରଜରୁ ମୁକ୍ତି ପାଇବା ପାଇଁ ଏହାକୁ ବ୍ୟବହାର କଲେ ଆରାମ ମିଳିଥାଏ । ଏହା ଆଭ୍ୟନ୍ତରୀଣ ଶରୀରରେ ମଧ୍ୟ ଖୁବ ଭଲ କାମ କରିଥାଏ ।
ଲୁଣ-

ଏହା ମଧ୍ୟ ଶରୀରରେ ଏକ ଭିନ୍ନ ରୂପରେ କାମ କରିଥାଏ । କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ ସଲଫେଟ ଶରୀରରେ ହେଉଥିବା ଦରଜରୁ ରକ୍ଷା କରିଥାଏ । ମ୍ୟାଗ୍ନେସିୟମ ତ୍ୱଚାରେ ଅବଶୋଷିତ ହୋଇଥାଏ ଏବଂ ମସ୍ତିଷ୍କରେ କଷ୍ଟକୁ ଅନୁଭବ କରିବାର କ୍ଷମତାକୁ କମାଇଥାଏ । ସଲଫେଟ ମାଂସପେଶୀରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।ଏହି ଦୁଇଟି ଦ୍ରବ୍ୟର ମିଶ୍ରଣରେ କଷ୍ଟରୁ ରକ୍ଷା ପାଇବାର ଉପାୟ ବହୁ ପୁରୁଣା ।

ବ୍ୟବହାର-
ଏକ କାଚ ଜାରରେ ୫ ବଡ଼ ଚାମଚ ଲୁଣ ଏବଂ ୧୦ ବଡ଼ ଚାମଚ ଅଲିଭ ଅଏଲ ଭଲ ଭାବରେ ମିଶାଇ ଦିଅନ୍ତୁ । କିଛି ଘଂଟା ପରେ ଏହାର ରଙ୍ଗ ଲାଇଟ ହୋଇଯିବ । ଏହି ମିଶ୍ରଣକୁ ବେକରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ । ଏହା ଦ୍ୱାରା ବ୍ଲଡ ସରକୁଲେସନ ବଢିଯାଏ ଏବଂ ଦରଜ କମିଯାଏ । ମାଲିସ କରି ସାରିବା ପରେ ଏକ କପଡ଼ାରେ ଭଲ ଭାବେର ପୋଛି ଦିଅନ୍ତୁ । ଏହାକୁ ପ୍ରତିଦିନ କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More