Only for Entertainment

ଏହି ଉପାୟରେ ଘରୁ ବାହାର କରନ୍ତୁ ଅସରପା ଓ ଝିଟିପିଟି

45

ଅସରପା ଝିଟିପିଟି ଆଦି ଘରେ ଦେଖା ଦେବା ଏକ ସ୍ୱଭାବିକ କଥା । କିନ୍ତୁ ଏହାକୁ କିଭଳି ଘରୁ ବିଦାୟ କରିବେ ଆସନ୍ତୁ ଆଲୋଚନା କରିବା ।

ଫାଳେ ସେଓରେ ଲବଙ୍ଗ ଲଗାଇ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଅଧିକ ମାଛି ବସୁଛନ୍ତି। ଏମିତି କରିବା ଦ୍ୱାରା ମାଛି ସବୁଦିନ ପାଇଁ ଘରୁ ପଳାଇଥାଏ। ତୁଳସୀ ଗଛ ଲଗାଇବା ଦ୍ୱାରା ମଧ୍ୟ ଘରେ ମାଛି ହୋଇ ନ ଥାନ୍ତି। ତେଣୁ ଘରେ ତୁଳସୀ ଗଛ ଲଗାନ୍ତୁ।  ଏହାସହ ଘରେ କର୍ପୁର ଜାଳନ୍ତୁ। ଏହି ଧୂଆଁ ଘରେ ବ୍ୟାପିବା ଫଳରେ ବି ମାଛି ପଳାଇଯାଆନ୍ତି।

ଯଦି ଘରୁ ଝିଟିପିଟି ତଡ଼ିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ କବାଟ ଓ କାନ୍ଥରେ ରସୁଣ କୋଲା ଛଡ଼ାଇ ଟାଙ୍ଗି ଦିଅନ୍ତୁ। ରୋଷେଇ ଘର କିମ୍ବା ଝରକାରେ ଅଣ୍ଡା ଖୋଳ ରଖନ୍ତୁ। ଏହାଦ୍ୱାରା ଝିଟିପିଟି ଘରେ ରହିବେ ନାହିଁ।

ପାଣିରେ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ଢାଳି ଘରର ପ୍ରତ୍ୟେକ କୋଣରେ ସ୍ପ୍ରେ କରନ୍ତୁ। ଘରେ ଆଉ ଝିଟିପିଟି ରହିବେ ନାହିଁ।

ସାଧାରଣତଃ ସମସ୍ତଙ୍କ ଘରେ ଅସରପା ଗୋଟିଏ ବଡ଼ ସମସ୍ୟା। କାରଣ ଅସରପା ଲୋକଙ୍କୁ ବହୁ ହଇରାଣ କରଥାନ୍ତି। ଏପରିସ୍ଥଳେ ପାଣିରେ ବେକିଂ ସୋଡ଼ା ମିଶାଇ ପୋଛା ଲଗାନ୍ତୁ। ଏହାଦ୍ୱାରା ଅସରପା ଘରୁ ପଳାଇଯିବେ। ଆଲମାରି ଏବଂ ଝରକାରେ ବୋରେକ୍ସ ପାଉଡର ସିଞ୍ଝିବା ଦ୍ୱାରା ମଧ୍ୟ ଘରୁ ଅସରପା ପଳାଇଯାଇଥାନ୍ତି। ଲବଙ୍ଗ ବି ଅସରପା ଦୂର କରିବାରେ ସହାୟତା କରିଥାଏ। ତେଣୁ ଘରର କୋଣମାନଙ୍କରେ ଲବଙ୍ଗ ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More