Only for Entertainment

କେଶ ବଢିବା ସହିତ ରୂପି ସମସ୍ୟା ଦୂର କରେ ଏଲୋଭେରା,ଜାଣନ୍ତୁ ବ୍ୟବହାର କରିବାର ପ୍ରଣାଳୀ ।

noisiamofuturo.it
0 74

‘ଆଲୋଭେରା’ କୁ ଅନେକ ଔଷଧ ଏବଂ ଆଉ କେତେକ ମୁହଁର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତି। ‘ଆଲୋଭେରା’ ଜେଲ୍‌ ମୁହଁରେ ଲଗାଇଲେ, ମୁହଁରୁ କୁଞ୍ଚନ ଓ କଳା ଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବଢ଼ିଥାଏ । ‘ଆଲୋଭେରା’ ଖାଇଲେ ଦାନ୍ତରେ ଥିବା ସମସ୍ୟା ଦୂର ହୋଇଥାଏ। ତେବେ ଏହାକୁ କେଶରେ ଲଗାଇଲେ କ’ଣ ସୁଫଳ ମିଳିଥାଏ ଏବଂ ‘ଆଲୋଭେରା’କୁ କେଶରେ କିପରି ଲଗାଇବେ, ଆସନ୍ତୁ ଜାଣିବା।

‘ଆଲୋଭେରା’ ଲଗାଇବା ଦ୍ୱାରା ଏହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏଣୁ କେଶ ବୃଦ୍ଧି ପାଇଁ ୨ ଚାମଚ ‘ଆଲୋଭେରା’ ଜେଲ୍‌ ସହିତ ୨ ଚାମଚ ବାଦାମ ତେଲ ମିଶାନ୍ତୁ। ଏଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଗୋଟିଏ ଚାମଚ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ବ୍ୟତୀତ ଆପଣ ‘ଆଲୋଭେରା’ ଜେଲ୍‌କୁ କେବଳ ବାଦାମ ତେଲ ସହିତ ମିଶାଇ କେଶ ମୂଳରେ ମାଲିସ୍‌ କରିପାରିବେ।

‘ଆଲୋଭେରା’ ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲ୍‌ରେ ୧୦ ଡ୍ରପ୍‌ ନିମ ତେଲ ମିଶାଇ ମୁଣ୍ଡରେ ଲଗାଇଲେ ରୂପି ରହିବ ନାହିଁ।

‘ଆଲୋଭେରା’ ଜେଲ୍‌ରେ ଥିବା ଆଣ୍ଟି-ଇନ୍‌ଫ୍ଲାମମାଟରୀ ଗୁଣ ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାକୁ ଶୀଘ୍ର ହ୍ରାସ କରିଥାଏ। ଏଥିପାଇଁ ‘ଆଲୋଭେରା’ ଜେଲ୍‌କୁ ସିଧାସଳଖ ମୁଣ୍ଡରେ ମାଲିସ୍‌ କରନ୍ତୁ। ଏହାକୁ ଗାଧୋଇବାର ୨୦ ମିନିଟ୍‌ ପୂର୍ବରୁ ଲଗାନ୍ତୁ। ଏହା ପରେ ଶାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More