Only for Entertainment

ହୃଦରୋଗରୁ ରକ୍ଷା ପାଇବା ପାଇଁ ଅତି ସରଳ ଉପାୟ ।

Radio NZ
34

ହୃଦରୋଗ ଆଦି ବିରାଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଔଷଧର ବ୍ୟବହାର କରନ୍ତି । ଏହା ବ୍ୟତୀତ ଆପଣ ଜାଣନ୍ତିଯେ ଅତି ସହଜ ଭାବରେ ମଧ୍ୟ ଘରୋଇ ଉପାୟରେ ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ । ତେବେ ଆଜି ଆମେ ସେହିଭଳି ଏକ ଘରୋଇ ଔଷଧର ନାମ କହିବୁ । ଆଜ୍ଞା ହଁ ତାହା ହେଉଛି ତୁଳସୀ । ତେବେ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଆଲୋଚନା କରିବା ।

ତୁଳସୀ ପତ୍ର ଥଣ୍ଡା, କାଶ ଓ କଫରେ ମହୌଷଧୀ ଭଳି କାର୍ଯ୍ୟ କରେ ବୋଲି ଆୟୁର୍ବେଦରେ ରହିଛି ଉଲ୍ଲେଖ। ପ୍ରତି ଦିନ ସକାଳେ ୩ଟି ତୁଳସୀ ପତ୍ର ଚୋବାଇ ଖାଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ୧୦-୧୫ଟି ତୁଳସୀ ପତ୍ରକୁ ଗାଈ କ୍ଷୀରରେ ଫୁଟାଇ ପିଇଲେ ସୁଫଳ ମିଳିଥାଏ। ଏହା ନାନା ପ୍ରକାର ପେଟ ସମସ୍ୟା ଦୂର କରିଥାଏ। ଛୋଟପିଲାଙ୍କ ପେଟରେ ଯନ୍ତ୍ରଣା ହେଲେ ତୁଳସୀ ପତ୍ର ପେଷ୍ଟକୁ ପେଟ ଓ ନାଭିରେ ଲେପନ କଲେ ଆରାମ ମିଳେ। ମୁଣ୍ଡବିନ୍ଧାରେ ତୁଳସୀ ପତ୍ର ଚା’ ପିଇଲେ ସୁଫଳ ମିଳିଥାଏ। ହାର୍ଟ ଆଟାକରୁ ଦୂରେଇ ରହିବା ପାଇଁ ନିୟମିତ କହଞଳିଆ ତୁଳସୀ ପତ୍ର ୨ଟି ଗିଳି ଖାଇଲେ ସୁଫଳ ମିଳେ। ମୁହଁରେ ବ୍ରଣ, କଳା ଦାଗ ଥିଲେ ତୁଳସୀ ପତ୍ର ପେଷ୍ଟ ଲଗାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More