Only for Entertainment

ମଶା ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସରଳ ଉପାୟ

Good Housekeeping
0 62

ଗରମ ବଢିବା ସହିତ ମଶାମାନଙ୍କର ଦୌରାତ୍ମ୍ୟ ବଢିବାକୁ ଲାଗିଥାଏ । ଏଥିରୁ ବଂଚିବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ୍ ଆମମାନଙ୍କ ଉପରେ ଅଧିକ ପଡିଥାଏ । ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ । ତେବେ ଏହି ସବୁୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦ୍ୱାରା ମଶା ଦାଉରୁ ରକ୍ଷା ମିଳିପାରିବ । ଏହା ଶରୀର ପ୍ରତି କୌଣସି କ୍ଷତି ମଧ୍ୟ କରିନଥାଏ ।

  • ଲବଙ୍ଗ ତେଲ-
    ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ଲବଙ୍ଗ ତେଲ ସୁଗନ୍ଦ ମଶା ଦୂର କରିଥାଏ । ଲବଙ୍ଗ ତେଲକୁ ନଡିଆ ତେଲ ସହିତ ମିଶାଇ ଲଗାଇବା ଦ୍ୱାରା ମଶା ପାଖ ମଡିନଥାଏ ।
  • ଲିମ୍ବ ତେଲ-
    ଆମେରିକାର ନ୍ୟାସନାସ ରିସର୍ଚ କାଉଁସିଲ୍ କରିଥିବା ଗବେଷଣାରବୁ ଜାଣାପଡିଛି ଯେ ମଶା ଧୂପ ଠାରୁ ଲିମ୍ବ ତେଲ ଅନେକ ମାତ୍ରାରେ ମଶା ଦାଉରୁ ରକ୍ଷା କରିଥାଏ । ଏହାଛଡା ଲିମ୍ବ ଗଛ ଲଗାଇବା ଫଳରେ ମଶା ସେହି ସ୍ଥାନକୁ କମ୍ ଆସିଥାନ୍ତି ।
  • ଗେଣ୍ଡୁ ଫୁଲ-
    ଗେଣ୍ଡୁ ଫୁଲର ସୁଗନ୍ଧ ନା କେବଳ ସତେଜତା ଦେଇଥାଏ ବରଂ ଏହା ମଶାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଗେଣ୍ଡୁ ଫୁଲକୁ ବଗିଚା ଛଡା ବାଲକୋନିରେ ମଧ୍ୟ ଲଗାନ୍ତୁ ଏହା କରିବା ଦ୍ୱାରା ମଶା ଘରକୁ ପ୍ରବେଶ କରିପାରିବେ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More