ଝିଅଙ୍କୁ କଥା କହିବା ସମୟରେ ଲାଜ କରୁଥିଲେ ଆପଣାନ୍ତୁ ଏହି ସମସ୍ତ ଟିପ୍ସ ।
ସମସ୍ତଙ୍କ ସ୍ୱଭାବ ଭିନ୍ନ ପ୍ରକାରର ହୋଇଥାଏ । ଜଣଙ୍କର ଅନ୍ୟ ଜଣକ ସହିତ ସାମଞ୍ଜସ୍ୟ ଦେଖାଯିବା ମଧ୍ୟ ଖୁବ କଷ୍ଟସାଧ୍ୟ । ରୁଚି ଭିନ୍ନ ହେବା ଭଳି ସ୍ୱଭାବ ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ । ଯେପରିକି କେହି କେହି ମନ ଖୋଲି ସବୁ କଥା କହିପାରୁଥିବା ସମୟରେ ଅନ୍ୟ ଜଣେ ଲାଜ କରୁଥାଏ । ଯାହା ଏକ ବିରାଟ ପାର୍ଥକ୍ୟ ଭାବେ ପରିଗଣିତ ହୋଇଥାଏ । ତେବେ ଲାଜକୁଳା ଗୁଣଟି ବେଳେ ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ କରାଇଥାଏ । ଯେଉଁ କାରଣରୁ କହିବାକୁ ଥିବା କଥା ମଧ୍ୟ କହି ହୁଏ ନାହିଁ ।
କୁହାଯାଏ ଲାଜ କରୁଥିବା ଲୋକମାନେ ଝିଅଙ୍କ ସହିତ କଥା ହେବାକୁ କୁଣ୍ଠାବୋଧ କରନ୍ତି । ତେବେ ଏହା ତାଙ୍କର ଆତ୍ମବିଶ୍ୱାସ ଅଭାବର ପରିଣାମ । ଯଦି ସେମାନେ ପ୍ରଥମେ ତାଙ୍କ ଆତ୍ମବିଶ୍ୱାସ ବଢାଇବେ ତେବେ ଏହି ମସସ୍ୟାର ସମାଧାନ ହୋଇପାରିବ ।
ଝିଅମାନେ ମଜାଳିଆ ପ୍ରକୃତିର ପୁଅଙ୍କୁ ଖୁବ ପସନ୍ଦ କରନ୍ତି । କିନ୍ତୁ ଦେଖାଯାଇଛିଯେ କମ କଥା କହୁଥିବା ଲୋକଙ୍କ ସେନ୍ସ ଅଫ ହ୍ୟୁମର ଖୁବ ଭଲ । ତେବେ ଏହି ପ୍ରକୃତିର ବ୍ୟକ୍ତି କିଛି ମଜାଳିଆ କଥା କହିବା ପାଇଁ ପ୍ରଚେଷ୍ଟା କରିବା ଉଚିତ । ଏଭଳି କରିବା ଦ୍ୱାରା ଆପଣ ନିଜ ମନ କଥା ଖୋଲି କହିବାକୁ ମସର୍ଥ ହେବେ ।
ଯଦି ଡେଟରେ ଯାଉଛନ୍ତି ତେବେ ଆଗାମୀ ଡେଟ କଥା ମଧ୍ୟ ପଚାରନ୍ତୁ । ଆପ୍ରୋଚ କରିବା ନିହାତି ଦରକାର । ଏଭଳି କହିବା ଦ୍ୱାରା ଆପଣ ସାମ୍ନା ଲୋକର ମନ କଥା ବିଷୟରେ ଜାଣିପାରିବେ ।