Only for Entertainment

ସାମାନ୍ୟ ଘିଅ ଦୂର କରିପାରେ କେଶ ଜନିତ ସମସ୍ୟା, ଜାଣନ୍ତୁ ବ୍ୟବହାର ।

57

ଘିଅ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରୁ ପ୍ରଚୁର ପରିମାଣରେ ଫ୍ୟାଟ ଥିବାରୁ ଏହାକୁ କେଶରେ ବ୍ୟବହାର କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ । ଏହାକୁ କେଶକୁ ସୁନ୍ଦର କରିବା ସହିତ ପୋଷଣ ଯୋଗାଇଥାଏ ଏବଂ ଶୁଖିଲା ଦେଖାଯିବାରୁ ରକ୍ଷା କରିଥାଏ । ଏହା କେଶକୁ କଣ୍ଡିସନର କରିଥାଏ । ଏହାକୁ ଠିକ ଭାବରେ ବ୍ୟବହାର କରିବା ଦ୍ୱାରା ରୂପି ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘିଅ କେଶ ପାଇଁ କାହିଁକି ଲାଭଦାୟକ ହୋଇଥାଏ ।

ଘିଅରେ ଥିବା ତତ୍ତ୍ୱ ଶୁଖିଲା ତ୍ୱଚାକୁ ପୋଷଣ ଯୋଗାଇଥାଏ । ଯାହା ଦ୍ୱାରା ରୂପି ହୋଇନଥାଏ ।

ଘିଅ ଲଗାଇବା ଦ୍ୱାରା କେଶ ମୂଳ ମଜବୁତ ହୋଇଥାଏ, ତେଣୁ କେଶ ଝଡ଼େ ନାହିଁ । ଏଥିପାଇଁ ଘିଅକୁ ସାମାନ୍ୟ ଗରମ କରି କେଶ ମୂଳରେ ଲଗାଇ ୧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ଭଲ ଭାବରେ ଧୋଇ ଦିଅନ୍ତୁ ।

କେଶ ଲମ୍ବା ପାଇଁ ସାମାନ୍ୟ ଗରମ ହୋଇଥିବା ଘିଅକୁ କେଶରେ ଲଗାଇ ମସାଜ କରନ୍ତୁ । ଏହା ଦ୍ୱାରା କେଶ ଲମ୍ବା ଏବଂ ସୁନ୍ଦର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More