Only for Entertainment

ବିଶାଳକାୟ ସାପର ଲୋମଟାଙ୍କୁରା ଭିଡିଓ ସେୟାର କଲେ ବନବିଭାଗ କର୍ମଚାରୀ, ଦେଖନ୍ତୁ

timesnownews
56

ଅନେକ ସମୟରେ ଘରୁ ସାପ ବାହାରିବା ବା ଘରେ ବାଘ ପଶି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଘର ବା ବିମାନର ଶୌଚାଳୟରୁ ସାପ ବାହାରିବା ହେଉ ବା ଠାକୁର ଘରୁ ସାପ ବାହାରିବା ହେଉ, ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଉଥିବା ବେଳେ ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ତେବେ କାହା ଘରେ ନୁହେଁ, ବରଂ କର୍ଣ୍ଣାଟକର ଏକ ଜଙ୍ଗଲରେ ବିଶାଳକାୟ ସାପ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସେୟ‌ାର କରିଛନ୍ତି ବନବିଭାଗ କର୍ମଚାରୀ ସୁଶାନ୍ତ ନନ୍ଦ।

ଭିଡିଓ‌ରେ ଦେଖାଯାଇଛି କି, ଏକ ବିଶାଳକାୟ ସାପ ଗଛ ଉପରେ ଗୁଡ଼ାଇ ହୋଇ ରହିଛି। ଏହା ସହ ସେ ଧିରେ ଧିରେ ଉପରକୁ ଉଠୁଛି। ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି କି, କର୍ଣ୍ଣାଟକରୁ ଏହି ଦୃଶ୍ୟ। ଆପଣ ଏହି ସାମାନ୍ୟ ସାପକୁ ଚିହ୍ନଟ କରି ପାରିବେ କି? ତାଙ୍କର ଏଭଳି ଟୁଇଟ୍ ସାମ୍ନାକୁ ଆସିବା ପ‌ରେ ଲୋକେ ନିଜ ନିଜର ମତ ଟୁଇଟ୍ କରି ରଖିଛନ୍ତି। କିଛି ଲୋକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ କିଛି ଲୋକ ଏହାକୁ ଆନାକୋଣ୍ଡା ବୋଲି କହିଛନ୍ତି। ଏହା ସହ କିଛି ଲୋକ ଏହାକୁ ଅଜଗର ସାପ ବୋଲି ମଧ୍ୟ କହିଥିବା ଦେଖାଯାଇଛି। ତେବେ ଏଭଳି ସାପ କେବଳ ହଲିଉଡ୍ ଫିଲ୍ମମାନଙ୍କରେ ଦେଖିବାକୁ ମିଳୁଥିବା ବେଳେ ବାସ୍ତବରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More