Only for Entertainment

ଆପଣ ମଧ୍ୟ ଆପଣଙ୍କ ବନ୍ଧୁଙ୍କୁ ଏହି ଉପହାର ଦେଉଛନ୍ତି କି? ଖରାପ ସମୟ ଆସିପାରେ ।

bbj.hu
0 36

ଉପହାର ଦେବାକୁ ବା ନେବାକୁ ସମସ୍ତେ ଭଲ ପାଆନ୍ତି । କାରଣ ଏହା ଦ୍ୱାରା ଖୁସି ମିଳିଥାଏ । କୌଣସି ପୂଜା ପର୍ବାଣୀ ହେଉ ବା ଜନ୍ମଦିନ ବା କୌଣସି ପବିତ୍ର ଦିନରେ ଉପହାର ଦିଆଯାଏ । ଏହା ଦ୍ୱାରା ନିଜକୁ ଆନନ୍ଦ ମିଳିବା ସହିତ ଅନ୍ୟକୁ ମଧ୍ୟ ଆନନ୍ଦ ମିଳିଥାଏ । ତେବେ ଉପହାର ଦେବା ତ ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣନ୍ତି କି ଉପହାର ଦେବା ସମୟରେ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ,ନଚେତ ଖରାପ ସମୟର ଶୀକାର ହେବାକୁ ପଡ଼ିଥାଏ । ଏହା ଦ୍ୱାରା ଘର ଉପରେ କୁ ପ୍ରଭାବ ପଡ଼ିଥାଏ ଏବଂ ବ୍ୟକ୍ତିର ଜୀବନରେ ଦୁଃଖର ଝଡ଼ ଆସିଯାଏ । ବାସ୍ତବରେ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଏବଂ କେଉଁଭଳି ଉପହାର ଦେବା ଦ୍ୱାରା ଅଶୁଭ ହୋଇଥାଏ,ଆସନ୍ତୁ ଜାଣିବା ।

ହିଂସ୍ର ଜୀବଜନ୍ତୁଙ୍କ ଫଟୋ କିମ୍ବା ମୂର୍ତ୍ତି ଦିଅନ୍ତୁ ନାହିଁ।

ବୁଡି ଯାଉଥିବା ଜାହାଜ ଫଟୋ କିମ୍ବା ମୂର୍ତ୍ତି ମଧ୍ୟ ଦିଅନ୍ତୁ ନାହିଁ।

ପରଫ୍ୟୁମ, କଳା ରଙ୍ଗର ପୋଷାକ, ଜୋତା, ରୁମାଲ, ଘଣ୍ଟା ଦିଅନ୍ତୁ ନାହିଁ।ଶନିବାର ଦିନ ମିତ୍ରମାନଙ୍କୁ ଉପହାର ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ।

ସାଙ୍ଗମାନଙ୍କୁ କେବେ ବି କଳା ରଙ୍ଗର ବସ୍ତୁ ଉପହାର ଭାବେ ଦିଅନ୍ତୁ ନାହିଁ କିମ୍ବା ସେମାନଙ୍କ ଠାରୁ ଗ୍ରହଣ କରନ୍ତୁ ନାହିଁ।

ଏପରି କରିବା ଦ୍ୱାରା ମିତ୍ରତାରେ ଫାଟ ସୃଷ୍ଟି ହୋଇଥାଏ।ଏହି ଉପହାର ଦେବା ଉଚିତ:
ଘରର ମହିଳାଙ୍କୁ ବସ୍ତ୍ର, ଗହଣା ଇତ୍ୟାଦି ଉପହାର ଦେଇ ପାରିବେ। ଏହାଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନୀ ହୋଇଥାଏ।

ଯେବେ ବି ଘରୁ ବାହାରକୁ ଯାଉଛନ୍ତି ଫେରିବା ସମୟରେ ବ୍ୟବହାର ଉପଯୋଗୀ ସାମଗ୍ରୀ ନେଇ ଆସନ୍ତୁ। ଖାଲି ହାତରେ ଘରକୁ ଆସନ୍ତୁ ନାହିଁ।

ଗୁରୁବାର ଦିନ ସଧବା ନାରୀମାନଙ୍କୁ ସିନ୍ଦୁର, ଚୁଡି ଇତ୍ୟାଦି ଦାନ କରିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More