Only for Entertainment

ଭାଇରାଲ ରୋଗ ସହିତ ଏହି ସମସ୍ତ ସମସ୍ୟାରୁ ମୁକ୍ତି ଦିଏ ଅଦା ।

youtube
35

ଅଦାକୁ କେବଳ ଚା ପ୍ରସ୍ତୁତ କରିବା ଏବଂ ରୋଷେଇ କରିବା ସମୟରେ ବ୍ୟବହାର କରାଯାଏ ତାହା ନୁହେଁ ବରଂ ଏହା ଏକ ଔଷଧ ଭଳି ମଧ୍ୟ କାମ କରେ ।ଏହାକୁ ଖୁବ କମ ଲୋକ ଜାଣିଥିବେ ।

ପାଟିରେ ଘା’ ହେବାଦ୍ୱାରା ଖାଇବାରେ ଅନେକଙ୍କୁ ଅସୁବିଧା ହୋଇଥାଏ। ହେଲେ ଯଦି ଆପଣ ଖଣ୍ଡେ ଅଦାକୁ ଚୋବାଇ ଚୋବାଇ ଖାଇବେ ତେବେ ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ଆପଣଙ୍କୁ ଏହି ସମସ୍ୟାରୁ ଶୀଘ୍ର ଉପଶମ ଦେବ।

କାଶ ହେଉଥିଲେ ଅଦା ରସରେ ମହୁ ମିଶାଇ ଖାଆନ୍ତୁ ଉପକୃତ ହେବେ। ଏହା ଥଣ୍ଡା ମଧ୍ୟ ଦୂର କରିଥାଏ। ଏଥିପାଇଁ ଆପଣ ଅଦା ଚା’ ପିଇପାରିବେ।

ପ୍ରତିଦିନ ଖାଦ୍ୟ ତାଲିକାରେ ଅଦାକୁ ସାମିଲ କରିବା ଦ୍ୱାରା ଭାଇରାଲ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆଣ୍ଟିବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ହାନିକାରକ ବ୍ୟାକ୍ଟେରିଆଠାରୁ ଶରୀରକୁ ସୁରକ୍ଷା ଦେଇଥାଏ।

ଶରୀରରେ କୋଲେଷ୍ଟେରଲ୍‌ ପରିମାଣକୁ ନିୟନ୍ତ୍ରଣରେ ରଖିବାରେ ଏହା ବେଶ୍‌ ଉପକାରୀ। ଏହା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।

ଭୋକ ନ ଲାଗିବା ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳେ। ଛୋଟ ଅଦା ଖଣ୍ଡ ସହ ଅଳ୍ପ ଲୁଣ ନେଇ ଚୋବାଇବା ଦ୍ୱାରା ପେଟ ସଫା ରହିବା ସହ ପ୍ରତିଦିନ ଏହିପରି କରିବା ଦ୍ୱାରା ମାତ୍ର ୭-୮ ଦିନ ମଧ୍ୟରେ ଭୋକ ମଧ୍ୟ ଲାଗିବା ଆରମ୍ଭ ହୋଇଥାଏ।

ସେହିପରି ବଦହଜମି, ଆମ୍ବିଳା ହାକୁଟି, ଗ୍ୟାସ୍‌ ଆଦି ସମସ୍ୟା ଦୂରେଇବାରେ ଅଦା ବେଶ୍‌ ଉପକାରୀ। ଅଦା ରସରେ ଜୁଆଣି, ସନ୍ଧବ ଲବଣ, ଲେମ୍ବୁ ରସ ମିଶାଇ ପ୍ରତିଦିନ ଦୁଇ ଚାମଚ ଲେଖାଏଁ ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍‌ ରହିବା ସହ ଏ ସବୁ ସମସ୍ୟାରୁ ଉପଶମ ମିଳିଥାଏ।

ଅଦା ଏକ ପ୍ରାକୃତିକ ପୀଡା ନାଶକ ଭାବେ କାର୍ଯ୍ୟ କରିଥାଏ। ବିଶେଷ କରି ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ହେଉଥିଲେ ଅଦାକୁ ଭଲ ଭାବେ ବାଟି ସେଥିରେ କର୍ପୂର ମିଶାଇ ଲଗାନ୍ତୁ ଅଳ୍ପ ସମୟ ମଧ୍ୟରେ ଆରାମ ମିଳିବ।

ବାରମ୍ବାର ବାନ୍ତି ହେଉଥିଲେ ଅଦାରସରେ ଅଳ୍ପ ପିଆଜ ରସ ମିଶାଇ ଦୁଇ ଚାମଚ ପିଇବା ଦ୍ୱାରା ବାନ୍ତି କମିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More