Only for Entertainment

ଟ୍ରମ୍ପଙ୍କୁ ବିରୋଧ କରି ଷ୍ଟାଚ୍ୟୁ ଅଫ ଲିବର୍ଟି ଉପରେ ଚଢିଲେ ମହିଳା, ଭାଇରାଲ ହେଉଛି ଭିଡିଓ ।

ndtv
0 45

ନ୍ୟୁୟର୍କ ସହରର ଜଣେ ମହିଳାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିରୋ ଟଲରେନ୍ସ ନୀତି ବିରୋଧୀ ଅଭିଯାନ ପାଇଁ ଗିରଫ କରାଯାଇଛି । ତେବେ ବଡ଼ କଥା ହେଉଛି ଏହି ମହିଳା ଜଣଙ୍କ ନିଜ ବିରୋଧ ପ୍ରଦର୍ଶନ ପାଇଁ ଷ୍ଟାଚ୍ୟୁ ଅଫ ଲିବର୍ଟିରେ ଚଢିଯାଇଥିଲେ । ମହିଳାଙ୍କ ନାମ ହେଉଛି ପେଟ୍ରୋସିୟା ଓକୋଓମୁ ।

ଜିରୋ ଟଲରେନ୍ସ ନୀତି ଅନୁସାରେ ମେକ୍ସିକୋ ସୀମାରେ ପ୍ରବାସୀ ମାଆ-ବାପାଙ୍କୁ ପିଲାଙ୍କ ଠାରୁ ଅଲଗା କରାଯାଉଥିବାର ଅଭିଯୋଗ ହେଉଛି । ଯେତେବେଳେ ପେଟ୍ରୋସିଆ ଏହା ଉପରେ ଚଢିଗଲେ ସେତେବେଳେ ପୁଲିସ ଅସୁବିଧାରେ ପଡିଯାଇଥିଲା । ମହିଳାଙ୍କୁ ତଳକୁ ଆସିବା ପାଇଁ କୁହାଯାଇଥିଲେ ମଧ୍ୟ ସେ ତଳକୁ ଓହ୍ଲାଇବା ପାଇଁ ମନା କରିଦେଲେ । ଦୀର୍ଘ ୩ ଘଣ୍ଟା ଧରି ପୁଲିସ ତାଙ୍କୁ ବୁଝାଇବାରେ ଲାଗିଥିଲା ବେଳେ ମହିଳା ଜଣଙ୍କ ଉପରେ ବସିରହି ଟ୍ରମ୍ପ ବିରୋଧୀ ନୀତିର ପ୍ରଦର୍ଶନ କରୁଥିଲେ ।


ସେ କହିଥିଲେ ଯେଉଁ ପର୍ଯ୍ୟନ୍ତ ଡିଟେଂଶନ ସେଣ୍ଟରରୁ ପିଲାମାନଙ୍କୁ ଛଡା ନଯାଇଛି ସେ ପର୍ଯ୍ୟନ୍ତ ସେ ତଳକୁ ଆସିବେ ନାହିଁ । ପରେ ୧୬ଜଣ ଅଧିକାରୀଙ୍କ ସହଯୋଗରେ ଏହି ମହିଳାଙ୍କୁ ତଳକୁ ଅଣାଯାଇଥିଲା ଓ ଗିରଫ କରାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More