Only for Entertainment

‘ଦାରୁ ବଦନାମ କରତି’ ଗୀତରେ ଯୁବତୀଙ୍କ ଡ୍ୟାନ୍ସ ଇଣ୍ଟରନେଟରେ ମଚାଇଲା ହଙ୍ଗାମା, ଭିଡିଓ ହେଉଛି ଭାଇରାଲ ।

zee news
0 60

ପଂଜାବୀ ସିଙ୍ଗର କମଲ କହଲୋନ ଏବଂ ପରମ ସିଂଙ୍କ ଏକ ଗୀତ ‘ଦାରୁ ବଦନାମ କରତି’ ଖୁବ ଲୋକପ୍ରିୟତା ହାସଲ କରିଛି । ପ୍ରତ୍ୟେକ ପାର୍ଟିରେ ଏହି ଗୀତ ବାଜୁଥିବାର ଶୁଣିବାକୁ ମିଳିଥାଏ । ଏହି ଗୀତକୁ ୟୁଟ୍ୟୁବରେ ୨୨ କୋଟିରୁ ଅଧିକ ଭ୍ୟୁଜ ମିଳିସାରିଛି । କେବଳ ଏତିକି ନୁହେଁ ଯୁବ ପିଢିଙ୍କ ମଧ୍ୟରେ ଏହି ଗୀତ ଏବେ ଖୁବ ଲୋକପ୍ରିୟ । ଅନେକ ବ୍ୟକ୍ତି ଏହି ଗୀତରେ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ଏହି କ୍ରମରେ ଏବେ ଜଣେ ଯୁବତୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଦାରୁ ବଦନାମ କରତି’ ଗୀତରେ ଯୁବତୀଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।
ଦେଖନ୍ତୁ ଭିଡିଓ…

ଏହି ଭିଡିଓକୁ ଅବସେସିଭ ଡ୍ୟାନ୍ସିଂ ଡିଜଅଡର ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଅପଲୋଡ କରିଛନ୍ତି । ଲୋକଙ୍କୁ ଏହି ଭିଡିଓ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ୨୭ ଏପ୍ରିଲରେ ଅପଲୋଡ କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । କେବଳ ଏତିକି ନୁହେଁ ଭିଡିଓରେ ୩୦୦୦ରୁ ଅଧିକ କମେଣ୍ଟ ଏବଂ ୨୪ ହଜାରରୁ ଅଧିକ ଲାଇକ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More