Only for Entertainment

ହସ୍‌ପିଟାଲ୍‌ ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ,ଏଭଳି ବଂଚିଲା ଜୀବନ; ଭିଡିଓ ଭାଇରାଲ୍‌

267

ଅନେକ ସମୟରେ ସିନେମା ଓ ଟେଲିଭିଜନରେ ଦେଖିବାକୁ ମିଳିଥାଏ କି ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍‌ ହିରୋ ଆସି ପହଞ୍ଚି ଯାଇଥାଏ । ତେବେ ଏମିତି ଘଟଣା ବି ବାସ୍ତବ ଜୀବନରେ ଘଟିପାରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏମିତି ଏକ ଘଟଣା ଗ୍ରେଟର ନୋଏଡାର ସାରଦା ହସ୍‌ପିଟାଲ୍‌ ଆଣ୍ଡ ୟୁନିଭର୍ସିଟିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ବର୍ଷୀୟ ଯୁବତୀ ହସ୍‌ପିଟାଲ୍‌ର ଦ୍ୱିତୀୟ ମହଲାର ରେଲିଂରୁ ଡେଇଁ ପଡ଼ୁଥିଲା, ଠିକ୍‌ ଏହି ସମୟରେ ଜଣେ ଛାତ୍ର ତାର ହାଥ ଧରି ନେଉଛି ଏବଂ ଜୀବନ ବଞ୍ଚାଇ ଦେଉଛି।

ସୂଚନାଯୋଗ୍ୟ, ଯୁବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ଥିଲେ। କୌଣସି କାରଣରୁ ନେଇ ମା’ ସହିତ ଯୁବତୀଙ୍କ ଝଗଡ଼ା ହୋଇଯାଇଥିଲା। ରାଗରେ ଆସି ସେ ହସ୍‌ପିଟାଲ୍‌ ରେଲିଂରୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ମନଜୋତ ସିଂହ ନାମକ ଜଣେ ଛାତ୍ର ଘଟଣାସ୍ଥଳରେ ପହଞ୍ଚି ଉଚିତ ସମୟରେ ଯୁବତୀଙ୍କ ହାତ ଧରି ନେଇଥିଲେ। ଏବଂ ସେଠାରେ ଥିବା ଅନ୍ୟଲୋକଙ୍କ ସାହାଯ୍ୟରେ ତାଙ୍କୁ ଉପରକୁ ଆଣିଥିଲେ।

ମନଜୋତ ସାରଦା ବିଶ୍ୱବିଦ୍ୟାଳୟରେ ବିଟେକ ଛାତ୍ର, ସେ ହସ୍‌ପିଟାଲ୍‌ର ଛଅ ମହଲାରେ ବନିଥିବା କେଫେଟେରିୟାକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ପାଟିତୁଣ୍ଡ ଶୁଣାଯାଇଥିଲା। ଦଉଡ଼ି ଦଉଡି ଦ୍ୱିତୀୟ ମହଲାରେ ଆସି ପହଞ୍ଚିଥିଲେ। ଏହି ସମୟରେ ଯୁବତୀ ତଳକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାକୁ ଧମକ ଦେଉଥିବା ସେ ଦେଖିବାକୁ ପାଇଥିଲେ। ଏହି ସମୟରେ ସେଠାରେ ସୁରକ୍ଷାକର୍ମୀ ଓ ପରିବାରର ଅନ୍ୟ ସଦସ୍ୟ  ଉପସ୍ଥିତ ଥିଲେ। ତେବେ ମନଜୋତ ଯୁବତୀଙ୍କ ସହିତ କଥା ଆଳରେ ପାଖରେ ଯାଇ ପହଞ୍ଚି ଯାଇଥିଲେ। ଯୁବତୀ ତଳକୁ ଡେଇଁ ପଡ଼ୁଥିବା ସମୟରେ ମନଜୋତ ତାଙ୍କ ହାତକୁ ଧରି ନେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More