Only for Entertainment

‘ସ୍ୱାଗ ସେ ସ୍ୱାଗତମ’ ଗୀତରେ ଏହାଠାରୁ ଜବରଦସ୍ତ ଡ୍ୟାନ୍ସ ଆପଣ ପୂର୍ବରୁ କେବେ ଦେଖିନଥିବେ, ଦେଖନ୍ତୁ ଭିଡିଓ

zee news
0 146

ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ଗୀତ ‘ସ୍ୱାଗ ସେ ସ୍ୱାଗତମ’ ରିଲିଜ ହେବାପରେ ସୁପହିଟ ଗୀତ ତାଲିକତାରେ ସାମିଲ ହୋଇଛି । ଏହି ଗୀତରେ ସଲମାନଙ୍କ ଅନ୍ଦାଜକୁ ଫ୍ୟାନ୍ସ କପି କରିଥିବାର ଆପଣ ଦେଖିଥିବେ । କିନ୍ତୁ ସଲମାନଙ୍କ ଏହି ଗୀତର ୱେଷ୍ଟର୍ଣ୍ଣ ବିଟରେ ବେଲି ଡ୍ୟାନ୍ସ ଆପଣ ବୋଧେ ହୁଏ କବେ ଦେଖିନଥିବେ । ସଲମାନଙ୍କ ଏହି ଗୀତରେ ଝିଅମାନଙ୍କର ଏକ ଗ୍ରୁପ ଡ୍ୟାନ୍ସ ସାମ୍ନାକୁ ଆସିଛି । କେବଳ ‘ସ୍ୱାଗ ସେ ସ୍ୱାଗତମ’ ନୁହେଁ ସୈଫ ଅଲୀ ଖାନଙ୍କ ଫିଲ୍ମ ‘ଫ୍ୟାଣ୍ଟମ’ର ଲୋକପ୍ରିୟ ଗୀତ ‘ଅଫଗାନ ଜଲେବୀ’ରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ କିଛି ଦିନ ପୂର୍ବରୁ ୟୁଟ୍ୟୁବରେ ସେୟାର କରାଯାଇଛି । ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ଛାଇ ରହିଛି । ଏହି ଭିଡିଓକୁ ବତ୍ତ ର୍ମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହି ଭିଡିଓକୁ ପ୍ରସିଦ୍ଧ ବେଲି ଡ୍ୟାନ୍ସ ଗ୍ରୁପ ବଞ୍ଜାରା ସ୍କୁଲ ଅଫ ଡ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ‘ସ୍ୱାଗ ସେ ସ୍ୱାଗତମ’ର ଅସଲି ଗୀତ ନୁହେଁ ଏହାର ଏରୋବିକ ଭର୍ସନରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More