Only for Entertainment

ଦାଢି ରଖିଥିବା ପୁରୁଷମାନଙ୍କୁ ଅଧିକ ଭରସା କରିଥାନ୍ତି ମହିଳା : ରିସର୍ଚ୍ଚ

india
54

ଦାଢି ପୁରୁଷଙ୍କ ପର୍ସନାଲିଟିକୁ ଆହୁରି ବଢାଇଦେଇଥାଏ । ଆଜିକାଲି ଦାଢି ରଖିବା ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ପୁରୁଷମାନ କ୍ଲିନ ସେଭ ହେବା ଅପେକ୍ଷା ଦାଢି ରଖିବାକୁ ପସନ୍ଦ କରୁଛନ୍ତି । ମହିଳାମାନେ ମଧ୍ୟ ଦାଢି ରଖିଥିବା ପୁରୁଷମାନଙ୍କ ପ୍ରତି ଖୁବ ଆକର୍ଷିତ ହୋଇଥାନ୍ତି । ନିକଟରେ ଲାଇଫଷ୍ଟାଇଲକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ, ଯେଉଁ ପୁରୁଷମାନେ ଦାଢି ରଖିଥାନ୍ତି ସେମାନେ ଲମ୍ବା ସମୟ ପାଇଁ ସମ୍ପର୍କକୁ ନିଭାଇଥାନ୍ତି ।

deepika-ranveer-

ଗବେଷଣା ଅନୁସାରେ ୱେଲ ଗ୍ରୁମ ବିୟର୍ଡ ଥିବା ପୁରୁଷ ଲଙ୍ଗ ଟର୍ମ ରିଲେସନସିପରେ ବିଶ୍ୱାସ ରଖିଥାନ୍ତି । ମହିଳାମାନେ ରିଲେସନସିପ ବିଷୟରେ ସେହି ପୁରୁଷମାନଙ୍କୁ ଭରସା କରିଥାନ୍ତି ଯାହାର ଦାଢି ଏବଂ ପର୍ସନାଲିଟି ଥାଏ । ପୂର୍ବ ଅପେକ୍ଷା ପୁରୁଷମାନେ ନିଜ ହେୟାରଷ୍ଟାଇଲ ଏବଂ ଦାଢି ଉପରେ ବେଶୀ ଧ୍ୟାନ ଦେଉଛନ୍ତି ଏହା ସହିତ ସେମାନଙ୍କ ଫ୍ୟାସନ ଟ୍ରେଣ୍ଡରେ ମଧ୍ୟ ପରିବର୍ତ୍ତନ ଆସିଛି । ଏବେ ଅଧିକ ସଂଖ୍ୟାରେ ପୁରୁଷମାନେ ଦାଢି ରଖିବାକୁ ପସନ୍ଦ କରୁଛନ୍ତି ।

Anushka-Sharma-

‘ଜର୍ନଲ ଅଫ ଇଭେଲ୍ୟୁସନ ବାୟୋଲୋଜି’ରେ ପ୍ରକାଶିତ ‘ଦ ମସ୍କ୍ୟୁଲିନିଟି ପାରଡକ୍ସ’ ନାମକ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ମହିଳାମାନେ ଦାଢି ରଖିଥିବା ପୁରୁଷମାନଙ୍କୁ ଅଧିକ ଭରସା କରିଥାନ୍ତି । ଏହି ରିସର୍ଚ୍ଚ ପାଇଁ ୮ ହଜାର ୫୨୦ ମହିଳାଙ୍କୁ ସାମିଲ କରାଯାଇଥିଲା । ମହିଳାମାନଙ୍କୁ ନିଜ ପସନ୍ଦର ପୁରୁଷମାନଙ୍କୁ ରେଟିଂ ଦେବା ପାଇଁ କୁହାଯାଇଥିଲା । ଯେଉଁଥିରେ ଦାଢି ରହିଥିବା ପୁରୁଷମାନଙ୍କ ରେଟିଂ ଅଧିକ ରହିଥିଲା ।

ଏହା ବ୍ୟତିତ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, କମ ଦାଢି ରଖିଥିବା ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଦାଢି ଥିବା ପୁରୁଷମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More