Only for Entertainment

ତ୍ୱଚା ଅଧିକ ତେଲିଆ ଦେଖା ଯାଉଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ,କମ ସମୟରେ ଗାଏବ ହୋଇଯିବ ଏହି ଅସୁବିଧା

beauty and health tips
0 35

ତେଲିଆ ତ୍ୱଚାକୁ ନେଇ ଝିଅମାନେ ଚିନ୍ତିତ ହେବା ସ୍ୱଭାବିକ କଥା । କାରଣ ଏହା ଦ୍ୱାରା ତ୍ୱଚା ଖୁବ ଅସୁନ୍ଦର ଦେଖାଯାଏ ଏବଂ ମୁହଁରେ ବ୍ରଣ ବାହାରିଥାଏ । ଯାହା ଦ୍ୱାରା ତ୍ୱଚା ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ । କିନ୍ତୁ କିଛି ସାଧାରଣ ନିୟମ ରହିଛି ଯାହାକୁ ଅନୁସରଣ କରିବା ଦ୍ୱାରା ଏହି ସମସ୍ୟା ବେଶୀ ଦିନ ରହିନଥାଏ । ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ତ୍ୱଚା ତେଲିଆ ଦେଖା ଯାଉଥିଲେ ଅଧିକାଂଶ ବ୍ୟକ୍ତି ମୁହଁକୁ ବାରମ୍ବାର ଧୋଇଥାନ୍ତି । ଲଗାତାର ତ୍ୱଚାକୁ ଧୋଇବା ଦ୍ୱାରା ପ୍ରାକୃତିକ ତେଲ ବାହାରିଯାଏ, ଯାହା ଦ୍ୱାରା ତ୍ୱଚା ଶୁଷ୍କ ହେବାର ସମ୍ଭାବନା ରହିଛି ।

ସବୁବେଳେ ନିଜ ତ୍ୱଚା ଅନୁସାରେ ଫେଶ ୱାସ ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ବ୍ରଣ କମ ହୋଇଥାଏ ।

ତ୍ୱଚାରେ ମଏଶ୍ଚରାଇଜର ବ୍ୟବହାର କରିବା ପରିବର୍ତ୍ତେ ମ୍ୟାଟ କ୍ରିମ ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ଏବଂ ତେଲିଆ ମଧ୍ୟ ଦେଖାଯିବ ନାହିଁ ।

ତ୍ୱଚାକୁ ଧୋଇବା ପରେ ଟୋନର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ପୋର୍ସ ବନ୍ଦ ହୋଇଯାଏ ଏବଂ ବ୍ରଣ ହେବାର ସମ୍ଭାବନା କମ ରହିଥାଏ । ଏହା ବ୍ୟତୀତ ବ୍ରଣକୁ କେବେ ମଧ୍ୟ ଫଟାଇବା ଅନୁଚିତ । ଏହା ଦ୍ୱାରା ଦାଗ ହୋଇଯାଏ ।

ଚେହେରାକୁ ଧୋଇବା ପାଇଁ ସବୁବେଳେ ଥଣ୍ଡା ଜଳର ବ୍ୟବହାର କରିବା ଉଚିତ । କାରଣ ଗରମ ଜଳ ବ୍ୟବହାର କଲେ ପୋର୍ସ ଖୋଲିଯାଏ ଏବଂ ସେଥିରେ ମଇଳା ଜମିଯାଏ । ତେଣୁ ଥଣ୍ଡା ଜଳରେ ମୁହଁକୁ ଧୋଇବା ଦ୍ୱାରା ଚର୍ମ ଟାଇଟ ରହିଥାଏ ।

ଏହି ସବୁ ପ୍ରତି ଉପଯୁକ୍ତ ଧ୍ୟାନ ଦେଲେ ତ୍ୱଚା ଖରାପ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More