Only for Entertainment

ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପାଦକୁ ଦିଅନ୍ତୁ କିଛି କାମ, ଜାଣନ୍ତୁ କାହିଁକି

Shape Magazine
0 42

ଏକ ସୂୁସ୍ଥ ମସ୍ତିଷ୍କ ଏବଂ ସୁସ୍ଥ ନର୍ଭସ ସିଷ୍ଟମ ପାଇଁ ପାଦର ବ୍ୟାୟାମ କରିବା ଆବଶ୍ୟକ । ଏକ ଅଧ୍ୟୟନରୁ ଜଣା ପଡିଛି ପାଦର ବ୍ୟାୟାମ କରିବା ଦ୍ୱାରା ଶରୀରର ନର୍ଭସ ସିଷ୍ଟମ ଉପରେ ଶହେ ପ୍ରତିଶତ ପ୍ରଭାବ ପଡିଥାଏ । ଇଟାଲୀର ମିଲାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଗୋଡ ଉପରେ ଗବୋଷଣା କରି ଏହି ରିପୋର୍ଟ ଦେଇଛନ୍ତି ।

exercise-

ଗବେଷକମାନେ ମୂଷାମାନଙ୍କର ପଛ ଗୋଡକୁ ଉପଯୋଗ କରିବା ପାଇଁ ପ୍ରତିବନ୍ଧକ ଲଗାଇଦେଇଥିଲେ ଏବଂ ଆଗ ଗୋଡକୁ ଖୋଲା ରଖିଥିଲେ । ୨୮ ଦିନର ଅଧ୍ୟୟନ ପରେ ଦେଖିବାକୁ ମିଳିଲା ଗୋଡର ଗତିବିଧି ସୀମିତ କରିବା ଫଳରେ ନର୍ଭସ ସିଷ୍ଟମରେ କୋଷ ସଂଖ୍ୟା ୭୦ ପ୍ରତିଶତ କମ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

exercise

ଏହା ବ୍ୟତିତ ଶରୀରରେ ଅକ୍ସିଜେନର ମାତ୍ରା କମ ହୋଇଥିବା ମଧ୍ୟ ଅନୁଧ୍ୟାନରୁ ଜଣାପଡିଛି । ଗବେଷକ ରଫେଲ ଏଡମୀ କହିଛନ୍ତି ଯେ ସକ୍ରିୟ ରହିବା ପାଇଁ ଚାଲିବା, ଦଉଡିବା ଏବଂ ଗୋଡର ବ୍ୟାୟାମ କରିବା ଆବଶ୍ୟକ । ଗୋଡର ମାଂସପେଶୀର ଉପଯୋଗ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ । ମସ୍ତିଷ୍କ ଏବଂ ଗୋଡର ନର୍ଭ ସଂଦେଶ ଆଦାନ ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More