Only for Entertainment

ଭାଇରାଲ ହେଉଛି ସବୁଠାରୁ ହ୍ୟାଣ୍ଡସମ ଛେଳିର ଫଟୋ

inquirer.net
1,707

ଅଧିକାଂଶ ସମୟରେ ପଶୁପକ୍ଷୀମାନେ କିଛି ଅଜବ କାମ କଲେ ସୋସିଆଲ ମିଡିଆରେ ତାହା ଭାଇରାଲ ହେବାରେ ଲାଗିଥାଏ । ଏହିଥର ମଧ୍ୟ ସେହିଭଳି କିଛି ହୋଇଛି । ଯାହା ଦ୍ୱାରା ଫେସବୁକରେ ୬ ଜୁଲାଇରୁ ମାଲେସିଆର ପେରକରୁ ଏକ ଛେଳିର ଫଟୋ ଭାଇରାଲ ହେଉଛି, କିନ୍ତୁ ତାହା କୌଣସି ଅଲୌକିକ କାମ କରି ନୁହେଁ ବରଂ ଖୁବ ହ୍ୟାଣ୍ଡସମ ହୋଇଥିବାରୁ ଏଭଳି ହୋଇଛି ।

ମୋହମ୍ମଦ ଲାଇଭଷ୍ଟକ ଫାର୍ମ ଫେସବୁକ ପେଜ୍ ରେ ଏହି ଫଟୋକୁ ଶେୟାର କରାଯାଇଛି । ଯେଉଁଥିରେ ଛେଳିଟି ଖୁବ ହ୍ୟାଣ୍ଡସମ ଏବଂ ସୁନ୍ଦର ହସରେ ଲୋକଙ୍କ ହୃଦୟ ଚୋରି କରି ନେଇଛି । ଫେସବୁକ ପେଜ୍ ରେ ଦିଆଯାଇଥିବା କ୍ୟାପ୍ସନ ଅନୁସାରେ ଛେଳିର ବୟସ ମାତ୍ର ୧୧ ମାସ ।

ମାଇ ମେଟ୍ରୋ ଅନୁସାରେ ଏହି ଛେଳିର ନାମ ହେଉଛି ରିମସ । ରିମସକୁ ଦେଖିବା ପରେ ମନେ ହେଉଛି ଯେପରି ସେ କ୍ୟାମେରାକୁ ଦେଖି ହସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More