Only for Entertainment

ଜାଣନ୍ତୁ ଘରେ ଥିବା ସୁନା ବିକିଲେ ହୁଏ ଅଶୁଭ !

indian express
0 49

ଆପଣ ହୁଏତ ଜାଣିଥିବେ ଯାହାଙ୍କର ସୁନା ହଜିଥାଏ ସେ ଭାରି ବିବ୍ରତ ହୋଇପଡ଼ନ୍ତି। ଲୋକଙ୍କ ଭିତରେ ବିଶ୍ୱାସ ରହିଛି ଯେ ସୁନା ହଜିଲେ ଅଶୁଭ ହୋଇଥାଏ। ପରିବାରେ କିଛି ନା କିଛି ଖରାପ ଘଟେ। ଖାଲି ହଜିଲେ ନୁହେଁ ଆଜ୍ଞା, ସୁନା ବିକିବା ବି ଏକ ପ୍ରକାର ଅଶୁଭ କାର୍ୟ୍ୟ। ଆପଣ ଜାଣନ୍ତି କି ସୁନା ବିକିବା କାହିଁକି ଅଶୁଭ? ଆସନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା।

ସୁନାକୁ ଦ୍ୱିତୀୟ ଅର୍ଥ ବୋଲି ବିବେଚନା କରାଯାଏ। ଯାହା ପାଖରେ ପ୍ରଚୁର ଟଙ୍କା ରହିଛି ତା’ର କୌଣସି ଚିନ୍ତା ନାହିଁ। ଯାହାର ପ୍ରଚୁର ସୁନା ରହିଛି ତାହାର ବି କିଛି ଚିନ୍ତା ଥାଏ କି? ସୁନା ଏକ ବହୁ ଉପକାରୀ ପଦାର୍ଥ। ଧନ, ସମ୍ପତ୍ତିର ସମକକ୍ଷ ଏହି ପଦାର୍ଥ। ତେଣୁ ନିହାତି ଆବଶ୍ୟକ ନପଡ଼ିଲେ ସୁନା ବିକି ଶୂନ୍ୟ ହସ୍ତରେ ବସନ୍ତୁ ନାହିଁ।

ସୁନା ହେଉଛି ବଂଶ ମର୍ୟ୍ୟାଦାର ପ୍ରତୀକ। ପାଖରେ ସୁନା ଥିଲେ ସମ୍ମାନ ବଢ଼େ। ଲୋକେ ଖାତିର ଦିଅନ୍ତି। ସୁନା ଥିବା ପରିବାରଙ୍କର ସଂସାରରେ ଭିନ୍ନ ପରିଚୟ। ସୁନା ବିକ୍ରି କରି ଦେଉଥିବା ଲୋକେ ଏକ ପ୍ରକାର ସର୍ବଗିଳା ଶ୍ରେଣୀରେ ନାମ ଲେଖାନ୍ତି।

ସୁନା ହେଉଛି ଏକ ସ୍ୱଚ୍ଛ ଉପାଦାନ। ତେଣୁ ଏହି ପଦାର୍ଥକୁ ଘରେ ରଖିଲେ ଘରୁ ନକରାତ୍ମକ ଶକ୍ତି ଲୋପ ପାଏ। ପରିବାରର ମଙ୍ଗଳ ହୁଏ।

ସ୍ୱର୍ଣ୍ଣ ଦୈବ ଶକ୍ତିକୁ ଆକର୍ଷିତ କରାଏ। ଘରେ ସୁନା ଥିଲେ ଦେବାଦେବୀ ସନ୍ତୁଷ୍ଟ ରହନ୍ତି। ମୁଖ୍ୟତଃ ମାଆ ଲକ୍ଷ୍ମୀଙ୍କ କରୁଣା ବଜାୟ ରହେ।

ସୁନା ଏକ ଏପରି ପଦାର୍ଥ ଯାହାକୁ କେଉଁ ବି ଅସୁବିଧା ସମୟରେ ଆପଣ ଅର୍ଥ ପାଇଁ ବ୍ୟବହାର କରିପାରନ୍ତି। ସୁନା ସବୁ ମୁହୂର୍ତ୍ତରେ ବିକ୍ରି କରି ତା’ ମୁତାବକ ଟଙ୍କା ଆପଣ ପାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More