ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ଗୋଲଡେନ ବ୍ରିଜ, ଜାଣନ୍ତୁ ଏହା କେଉଁଠାରେ ଅବସ୍ଥିତ ।
ଭିଏତନାମରେ ଏକ ଭିନ୍ନ ଧରଣର ପାଦଚଲା ବ୍ରିଜ ନିର୍ମାଣ କରାଯାଇଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେନ୍ଦ୍ରୀୟ ଭିଏତନାମର ଡା ନାଙ୍ଗରେ ଥିବା ବା ନା ପର୍ବତ ଉପରେ ଦ ଗୋଲଡେନ ବ୍ରିଜ ରହିଛି । ଯାହା ମାତ୍ର ଦୁଇଟି ପାପୁଲି ଆକୃତିର ଖମ୍ବ ଉପରେ ଛିଡା ହୋଇଛି । ଏହାକୁ ଦୁନିଆର ସୁବଠୁ ଅଜବ ନିର୍ମାଣ ଶୈଳୀ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଥାଏ ।
ଜୁନ ମାସରେ ଏହି ବ୍ରିଜର ଶୁଭାରମ୍ଭ ହୋଇଥିଲା ବେଳେ ଏବେ ଏହାକୁ ଦେଖିବାକୁ ବିଦେଶରୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ହେଉଛି । ସବୁଠୁ ବଡ଼ କଥା ହେଉଛି ୧୫୦ ମିଟର ଲମ୍ବର ଏହି ବ୍ରିଜଟି ଦୁଇଟି ହାତରେ ଟେକି ରହିଛି । ସମୁଦ୍ର ପତନ ଠାରୁ ୧୪୦୦ମିଟର ଉଚ୍ଚରେ ଥିବା ଏହି ବ୍ରିଜ ପାହଡ, ଜଙ୍ଗଲ କାଟି ବନାଯାଇଥିଲା ବେଳେ ସତେ ଯେପରି ଲାଗୁଛି ବାଦଲକୁ ଭେଦି ଗସ୍ତ କରୁଥିବା ଭଳି ।
ପର୍ଯ୍ୟଟକମାନେ ଏହି ରୋମାଞ୍ଚକର ଅନୁଭୂତି ହାସଲ ପାଇଁ ଏଠାରେ ପହଞ୍ଚୁଛନ୍ତି । ହୋଚିମିନ ସହରର ଟିଏ ଲ୍ୟାଣ୍ଡସ୍କେପ ଆର୍କିଟେକଚର ପକ୍ଷରୁ ଏହା ବନାଯାଇଛି । କମ୍ପାନୀର ମୁଖିଆ ବୁ ବିଟ ଏନ କହିଛନ୍ତି ଯେ, ‘ଏହି ବ୍ରିଜଟି ଦୁଇ ହାତରେ ରହିଛି । ଏହି ହାତକୁ ଭଗବାନଙ୍କର ହାତ ବୋଲି ମଧ୍ୟ ଆମେ କହୁଛୁ । ଏହା ତିଆରି କରିବା ପାଇଁ ଆମକୁ ଏକ ବର୍ଷ ସମୟ ଲାଗିଥିଲା । ଆମେ ଯେଉଁ ଲକ୍ଷ୍ୟ ନେଇ ଏହା ତିଆରି କରିଥିଲୁ ତାହା ପର୍ଯ୍ୟଟକଙ୍କ ପ୍ରଶଂସା କାରଣରୁ ସଫଳ ହୋଇଛୁ ବୋଲି ଅନୁଭବ କରୁଛୁ ।’