Only for Entertainment

ତୃତୀୟ ଥର ପାଇଁ ପିତା ହେଲେ ଅଭିନେତା ଅର୍ଜୁନ ରାମପାଲ, ବେବି ବୟକୁ ଜନ୍ମ ଦେଲେ ଗର୍ଲଫ୍ରେଣ୍ଡ ଗାବ୍ରିଏଲା

idiva
24

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅର୍ଜୁନ ତୃତୀୟ ଥର ପାଇଁ ପିତା ହୋଇଛନ୍ତି । ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଆଡେସ ଏକ ବେବି ବୟଙ୍କୁ ଜନ୍ମ ଦେଇଛନ୍ତି । କିଛି ଘଣ୍ଟା ପୂର୍ବରୁ ଅର୍ଜୁନ ଗ୍ରାବ୍ରିଏଲାଙ୍କୁ ନେଇ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ପହଁଚିଥିଲେ । ଏବେ ଅର୍ଜୁନ ପିତା ହେବାର ଖୁସି ଖବର ଶୁଣିବାକୁ ମିଳିଛି ।

ଅସଲରେ କିଛି ସମୟ ପୂର୍ବରୁ ଜଣାଶୁଣା ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଝିଅ ନିଧି ଦତ୍ତା ଟ୍ୱିଟ କରି ଅର୍ଜୁନ-ଗାବ୍ରିଏଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଧି ଟ୍ୱିଟ କରି ଲେଖିଥିଲେ, ଅନେକ ସାରା ଖୁସିର ଆଗମନ ପାଇଁ ଅର୍ଜୁନ ତୁମକୁ ଶୁଭେଚ୍ଛା । ଭଗବାନ ତୁମକୁ ଖୁସିରେ ରଖନ୍ତୁ ।

ଆଜି ସକାଳେ ଅର୍ଜୁନମଙ୍କୁ ହିନ୍ଦୁଜା ହସ୍ପିଟାଲରେ ସ୍ପଟ କରାଯାଇଥିଲା । ଖବର ଅନୁସାରେ ସିଜରିଆନ ଭାବେ ଗାବ୍ରିଏଲା ବେବି ବୟକୁ ଜନ୍ମ ଦେଇଛନ୍ତି । ଗାବ୍ରିଏଲାରଙ୍କ ପିତା ମାତା ମଧ୍ୟ ସାଉଥ ଆଫ୍ରିକାରୁ ଆସି ପହଁଚିଛନ୍ତି ଯେପରି ସେମାନେ ଝିଅର ଖୁସିରେ ମାମିଲ ହୋଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More