Only for Entertainment

ରିଲିଜ ହେଲା ଗୁଡନ୍ୟୁଜ ଫିଲ୍ମର ଗୀତ ‘ଲାଲଘାଘରା’ , କରୀନାଙ୍କ ସହ ଘାଘରା ପିନ୍ଧି ନାଚୁଥିବା ନଜର ଆସିଲେ ଅକ୍ଷୟ କୁମାର !

36

ଅକ୍ଷୟ କୁମାର ଏବଂ କରୀନା କପୂର ଖାନଙ୍କ ଅପକମିଂ ଫିଲ୍ମ ‘ଗୁଡନ୍ୟୁଜ’ରିଲିଜ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ଏହି ଫିଲ୍ମ ୨୭ଡିସେମ୍ବରରେ ରିଲିଜ ହେବ । ଏଥିପାଇଁ କଳାକାର ମାନେ ଫିଲ୍ମ ପ୍ରମୋସନରେ ଲାଗିପଡିଛନ୍ତି । ଏହାମଧ୍ୟରେ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ଲାଲ ଘାଘରା’ । ଏହି ଗୀତରେ କରୀନା କପୂର ଏବଂ ଅକ୍ଷୟ କୁମାର ନଜର ଆସିଛନ୍ତି ।

ଗୀତରେ କରୀନା ଅକ୍ଷୟ କୁମାରଙ୍କ ସହ ନାଲ ଘାଘରା ପିନ୍ଧି ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତରେ ନେହା କକ୍କର , ମଂଜ ମୁସିକ ଏବଂ ହର୍ବି ସହାରା କଣ୍ଠଦାନ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ କରୀନା ଏବଂ ଅକ୍ଷୟଙ୍କ ବ୍ୟତୀତ ଦଲଜିତ ଦୋସାଂଝ ଏବଂ କିଆରା ଆଡଭାଣୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମକୁ ରାଜ ମେହେତା ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More