Only for Entertainment

ଦାଦା ସହେବ ଫାଲକେଙ୍କ ୧୪୮ ତମ ଜନ୍ମଦିନରେ ଡୁଡଲ କରି ମନେପକାଇଲା ଗୁଗଲ

zee news
0 42

ଦାଦା ସହେବ ଫାଲକେଙ୍କ ୧୪୮ ତମ ଜନ୍ମଦିନ ଅବସରରେ ଗୁଗୁଲ ଡୁଡଲ କରି ତାଙ୍କୁ ମନେପକାଇଛି । ଦାଦା ସହେବ ଫାଲକେଙ୍କୁ ଭାରତୀୟ ସିନେମାର ପିତା କୁହାଯାଇଥାଏ । ସେ ଜଣେ ଜଣାଶୁଣା ପ୍ରଡ୍ୟୁସର, ସ୍କ୍ରିନରାଇଟର, ଏବଂ ନିର୍ଦ୍ଦେଶକ ଥିଲେ । ସେ ନିଜର ୧୯ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ୯୫ଟି ଫିଲ୍ମ ଏବଂ ୨୬ଟି ସର୍ଟଫିଲ୍ମ ନିର୍ମାଣ କରିଥିଲେ । ଦାଦା ସହେବ ଫାଲକେଙ୍କର ପ୍ରଥମ ଫିଲ୍ମ ‘ରାଜା ହରିଶଚନ୍ଦ୍ର’ ଥିଲା । ଏହାପରେ ସେ ‘ମୋହିନୀ ବହାସମସୁର’, ‘ସତ୍ୟବନ ସାବିତ୍ରୀ’ ଏବଂ ‘କାଲିୟା ମରଦାନ’ ପରି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି ।

ଦାଦା ସହେବ ଗୋବିନ୍ଦ ଫାଲକେଙ୍କ ଜନ୍ମ ୩୦ ଏପ୍ରିଲ ୧୮୭୦ ମସିହାରେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରେ ହୋଇଥିଲା । ତାଙ୍କ ପିତା ଜଣେ ସଂସ୍କୃତ ବିଦ୍ୱାନ ଥିଲେ । ସେ ଜେଜେ ସ୍କୁଲ ଅଫ ଆର୍ଟ ମୁମ୍ବାଇରୁ ନିଜ ପଢା ପୁରା କର୍ିଥିଲେ । ଫଟୋଗ୍ରାଫିରୁ ସେ ତାଙ୍କ କ୍ୟାରିୟରର ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ପତ୍ନୀ ଏବଂ ଝିଅକୁ ଟାଉନ ପ୍ଲେଗରେ ହରାଇବା ପରେ ସେ ଏହି କାମକୁ ଛାଡି ଦେଇଥିଲେ ।


ଏହାପରେ ସେ ଭାରତର ପରାତତ୍ୱ ସର୍ବେକ୍ଷଣ ସହିତ କିଛି ସମୟ କାମ କରିବା ପରେ ନିଜର ଏକ ପ୍ରିଣ୍ଟିଂ ପ୍ରେସ ଖୋଲିଥିଲେ । ସାଇଲେଣ୍ଟ ଫିଲ୍ମ ‘ଦ ଲାଇଫ ଅଫ କ୍ରିଷ୍ଟ’ ଦେଖିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା । ଏହି ଫିଲ୍ମ ଦେଖିବା ପରେ ସେ ଫିଲ୍ମ ନିର୍ମାଣ କରିବା ଆରମ୍ଭ କରିଥିଲେ । ୧୯୧୨ରେ ସେ ନିଜର ପ୍ରଥମ ଫିଲ୍ମ ‘ରାଜା ହରିଶଚନ୍ଦ୍ର’ ନିର୍ମାଣ କରିଥିଲେ ।

୧୯୬୯ରେ ଭାରତ ସରକାର ଦାଦା ସହେବ ଫାଲକେ ପୁରସ୍କାର ସ୍ଥାପନା କରି ପୌରାଣିକ ଫିଲ୍ମ ନିର୍ମାତାମାନଙ୍କୁ ସମ୍ମାନୀତ କରିଥିଲେ । ଏହି ପୁରସ୍କାର ଏବେ ଭାରତର ପ୍ରିତିଷ୍ଠିତ ପୁରସ୍କାର ମଧ୍ୟରୁ ଏକ । ଏହି ଆୱାର୍ଡ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ ପୁରସ୍କାର ସହିତ ଦିଆଯାଇଥାଏ । ଅଭିନେତ୍ରୀ ଦେବିକା ରାଣୀଙ୍କୁ ପ୍ରଥମେ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More