Only for Entertainment

ଏୟାରପୋର୍ଟ ନୁହେଁ ଗୁଗଲ ମ୍ୟାପ ପାଇଁ କାଦୁଅ ବିଲରେ ପହଁଚିଲା ୧୦୦ ଟି ଗାଡି !

Indiatimes
33

ଆଜିର ସମୟରେ ଲୋକେ ଟେକ୍ନୋଲୋଜି ଉପରେ ବଡ଼ ଭରସା କରୁଛନ୍ତି । ଗୁୁଗଲ ମ୍ୟାପ୍‍ର ସହଯୋଗରେ ସମସ୍ତେ ନୂଆ ସ୍ଥାନର ଠିକଣା ଜାଣିପାରୁଛନ୍ତି । ହେଲେ ନିକଟରେ ଗୁଗଲ ମ୍ୟାପର ତଥ୍ୟକୁ ନେଇ ୧୦୦ ରୁ ଅଧିକ ଲୋକେ ବଡ଼ ପ୍ରଭାବିତ ହୋଇଛନ୍ତି । ଏପରିକି ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ମଧ୍ୟ ଯାଇପାରିନଥିଲେ ।

ନିକଟରେ କୋଲୋରାଡୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୦୦ରୁ ଅଧିକ ଗାଡ଼ି ଯାଉଥିଲା । ହେଲେ ପେନା ବାଉଲଭାର୍ଡ ଠାରେ ଏକ ସଡ଼କ ଦୁର୍ଘଟଣା କାରଣରୁ ସେମାନଙ୍କୁ ରୁଟ୍‍ ବଦଳାଇବାକୁ ପଡିଥିଲା । ନୂଆ ରୁଟ୍‍ ଜାଣିବା ପାଇଁ ସେମାନେ ସମସ୍ତେ ଗୁଗଲ ମ୍ୟାପର ସହଯୋଗ ନେଇଥିଲେ । ଆଉ ମ୍ୟାପର ସୂଚନା ଅନୁସାରେ ସେମାନେ ବଢିଥିଲେ ଆଗକୁ । ହେଲେ ବିମାନ ବନ୍ଦର ପହଞ୍ଚିବା ପରିବର୍ତ୍ତେ ସେମାନେ ସମସ୍ତେ ପହଞ୍ଚିଯାଇଥିଲେ ପଙ୍କ କାଦୁଅଭରା ଏକ ରାସ୍ତା ଓ ବିଲ ଭିତରେ ।

ଦୁଇଦିନ ଧରି ଏଠାରେ ବର୍ଷା ହେଉଥିବାରୁ ରାସ୍ତାର ଅବସ୍ଥା ବଡ଼ ଶୋଚନୀୟ ଥିଲା । ଏପରିକି ସେମାନଙ୍କ ପାଇଁ ପଛୁଆ ଯିବାର ମଧ୍ୟ ବାଟ ନଥିଲା । ପରେ ବହୁ କଷ୍ଟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହିସବୁ ଗାଡି ଦୀର୍ଘ ଘଣ୍ଟା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More