Only for Entertainment

ଚୀନର ହୁନାନ ସହରର ଏକ ଘରେ ମିଳିଲା ମନୁଷ୍ୟ ଚେହେରା ପରି ବୁଢିଆଣୀ, ଦେଖନ୍ତୁ ଭାଇରାଲ ଭିଡିଓ

latestly
103

ଆପଣ ବୁଢିଆଣୀକୁ ଡରନ୍ତି କି ? ଯଦି ହଁ, ତେବେ ଏପରି ଏକ ଅସମାନ୍ୟ ବୁଢିଆଣୀକୁ ଦେଖି ଆପଣ ବେହୋଶ ହୋଇଯିବେ ନିଶ୍ଚିତ । ଚୀନର ହୁନାନ ସହରରେ ଏପରି ଏକ ବୁଢିଆଣୀ ମିଳିଛି ଯାହାର ପିଠିରେ ମନୁଷ୍ୟ ପରି ଚେହେରା ଆପଣ ଦେଖିପାରିବେ ।

ଏହି ବୁଢିଆଣୀକୁ ପ୍ରଥମେ ଲି ନାମକ ଜଣେ ମହିଳା ନିଜ ଗଛରେ ଦେଖିଥିଲେ । ଗଛ ଉପରେ ବୁଲୁଥିବା ଏହି ବୁଢିଆଣୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ, ଏହି ବଢୁଆଣୀ ଅନ୍ୟ ବୁଢିଆଣୀ ପରି ବିଷାକ୍ତ । ଏହି ବିଚିତ୍ର ବୁଢିଆଣୀ ଭିଡିଓ ଭାଇରାଲ ହେବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପିପଲ ଡେଲୀ ଦ୍ୱାରା ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ୧୬ ଜୁଲାଇରେ ଏହି ଭିଡିଓ ପୋଷ୍ଟ କରାଯିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।
ଦେଖନ୍ତୁ ଭିଡିଓ –


 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More