Only for Entertainment

ହର୍ବଲ ତେଲର ବିଜ୍ଞାପନ କରି ଫସିଲେ ଗୋବିନ୍ଦା ଏବଂ ଜ୍ୟାକି ଶ୍ରଫ, କୋର୍ଟରେ ଦେବାକୁ ପଡିପାରେ ଜରିମାନା !

29

ଅଡୁଆରେ ବଲିଉଡର ଦୁଇ ଜଣାଶୁଣା ଅଭିନେତା । ଏବେ ଗୋବିନ୍ଦା ଓ ଜ୍ୟାକି ଶ୍ରଫଙ୍କୁ ଦେବାକୁ ପଡିବ ୨୦ହଜାର ଟଙ୍କା ଲେଖାଏଁ ଜରିମାନା । ଉତ୍ତରପ୍ରଦେଶ ମୁଜଫରନଗର ଖାଉଟି ଅଦାଲତ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ବର୍ଷ ପୂର୍ବରୁ ଏହି ଦୁଇ ଅଭିନେତା ଏକ ମେଡିସନ କମ୍ପାନୀ ପାଇଁ ବିଜ୍ଞାପନ କରି ପ୍ରଚାର କରିଥିଲେ । କମ୍ପାନୀ ଦ୍ୱାରା ନିର୍ମିତ ଏକ ତୈଳର ପ୍ରଚାର ପାଇଁ ଉଭୟ ଜ୍ୟାକି ଓ ଗୋବିନ୍ଦା ମୋଟା ଅଙ୍କର ଫିସ୍ ମଧ୍ୟ ନେଇଥିଲେ ।

ତେବେ ଏହି ତୈଳ ବ୍ୟବହାର କରି ସମସ୍ୟା ପଡିବାରେ ପରେ ମୁଜଫରନଗର ଜଣେ ଯୁବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ପୃକ୍ତ କମ୍ପାନୀ ସହ ଉଭୟ ଜ୍ୟାକି ଓ ଗୋବିନ୍ଦାଙ୍କ ନାଁରେ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣୀ କରି କୋର୍ଟ ତୈଳ କମ୍ପାନୀ ଓ କଳାକାରଙ୍କୁ ଜରିମାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More