Only for Entertainment

ଲୁହ ଭିଜା ଆଖିରେ ଭଣଜାକୁ ଅନ୍ତିମ ବିଦାୟ ଦେଲେ ଗୋବିନ୍ଦା ।

bollywood tadka
213

ଗୋବିନ୍ଦାଙ୍କ ପରିବାରକୁ ନେଇ ଆସିଛି ଏକ ଖରାପ ଖବର । ବାସ୍ତବରେ ଗୋବିନ୍ଦାଙ୍କ ଭଣଜା ଜିତେନ୍ଦ୍ରଙ୍କର ୩୪ ବର୍ଷରେ ମୃତ୍ୟୁ ହୋଇଛି । ଜିତେନ୍ଦ୍ରଙ୍କ ମୃତଦେହ ତାଙ୍କ ଆପାର୍ଟମେଂଟରୁ ଉଦ୍ଧାର ହେଲା ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ଶାହଙ୍କ କହିବା ଅନୁସାରେ ଏହା ଏକ ପ୍ରାକୃତିକ ମୃତ୍ୟୁ । ପଡ଼ୋଶୀ ମାନଙ୍କ କହିବା ଅନୁସାରେ ସକାଳେ ଜିତେନ୍ଦ୍ରଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା । ତାହାର ପରବର୍ତ୍ତୀ ସମୟରେ କେତେବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ମୁମ୍ବାଇର ବିଲେ ପାର୍ଲେ ସ୍ଥିତ ଶ୍ମଶାନରେ ଜିତେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଗଲା । ସେହି ସମୟରେ ଗୋବିନ୍ଦା ଏବଂ ତାଙ୍କ ପୁଅ ଯଶବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More