Only for Entertainment

୮୦ ଟଙ୍କାରେ ମିଳୁଛି ଘର !

CNN
0 39

ଆଜିକାଲି ଜାଗା ରେଟ ଯାହା ହେଲାଣି କୋଉଠି ଟିକେ ସେଇଠି ହିଁ ଲୋକମାନେ ଆଡଭାନ୍ସ କରିଦେଉଛନ୍ତି । ହେଲେ ସାରା ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଆପଣ ଯେତିକି ଭାବୁଛନ୍ତି ତା’ଠାରୁ ବହୁ ଗୁଣରେ କମ ଅର୍ଥାତ ମାତ୍ର ୮୦ ଟଙ୍କାରେ ଘର ମିଳୁଛି । ପୃଥିବୀର ଯେକୌଣସି ବ୍ୟକ୍ତି ଏଠାରେ ଘର ଖରିଦ କରିପାରିବେ ।

ଏବେ ଆପଣଙ୍କର ଉତ୍କଣ୍ଠା ବଢିଯିବଣି ଏହି ସ୍ଥାନଟି କେଉଁଠି । ଏହି ସ୍ଥାନଟି ହେଉଛି ଇଟାଲୀର ଓଲୋଲାଇ ଟାଉନ । ଏଠାକାର ଲୋକମାନେ ପ୍ରାୟତଃ ଯାଇ ସହରରେ ବସବାସ କରୁଛନ୍ତି । ସହରର ଲୋକସଂଖ୍ୟା ପାଖାପାଖି ୫୦ ହଜାର ରହିଥିଲେ ହେଁ ୫୦ ବର୍ଷ ଭିତରେ କମି ମାତ୍ର ୧୩୦୦ରେ ପହଁଚିଛି । ଲୋକମାନେ ସହରକୁ ଚାଲୁଯିବାରୁ ଘରଗୁଡିକ ଖାଲି ପଡିଛି । କାଳେ ଏହି ସ୍ଥାନ ଘୋଷ୍ଟ ଟାଉନ ହୋଇଯିବ ସେହି ଚିନ୍ତାରେ ସ୍ଥାନୀୟ ମେୟର ଘରଗୁଡିକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମେୟର ଏହି ଭଳି ୨୦୦ ଘର ବିକ୍ରି କରିବାକୁ ଯୋଜନା ରଖିଛନ୍ତି । ପୃଥିବୀର ଯେକୌଣସି ବ୍ୟକ୍ତି ୮୦ ଟଙ୍କା ଦେଇ ଏହି ଘର ଖରିଦ କରିପାରିବେ ଯେ କିନ୍ତୁ ଗୋଟିଏ ସର୍ତ୍ତରେ । ଏହି ସର୍ତ୍ତଟି ହେଲା ପୁନରୁଦ୍ଧାର । ଅର୍ଥାତ ଏହି ଘରଗୁଡିକୁ ସମ୍ପୂର୍ଣ୍ଣ ମରାମତି କରିବା ଏବଂ ସେଥିରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା ମଧ୍ୟ ସ୍ଥିର କରିଛନ୍ତି ସେଠାକାର ସରକାର । ଏଥିଲାଗି ନିର୍ଦ୍ଧାରିତ ହୋଇଛି ୧୬ ଲକ୍ଷ ଟଙ୍କା ।

ollolai2

ତେବେ ଏଭଳି ସର୍ତ୍ତ ପଛରେ ରହିଥିବା କାରଣ ବିଷୟରେ ମେୟର କୁହନ୍ତି, ଏତେ ଟଙ୍କା ଖର୍ଚ୍ଚ କରି ଘରଗୁଡିକୁ ଏତେ ସୁନ୍ଦର କଲାପରେ ଲୋକମାନେ ନିଶ୍ଚୟ ସେଠାରେ ରହିବାକୁ ଚାହିଁବେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଥିପାଇଁ ୩ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି ।

ଏହି ଖବରଟି ପ୍ରଚାର ହୋଇଯିବା ପରେ ପୃଥିବୀ ସାରା ଲୋକ ଏ ବିଷୟକୁ ନେଇ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି । ଲୋକମାନେ ମଧ୍ୟ ସେଠାରେ ଘର ଖରିଦ କରିବାକୁ ଇଚ୍ଛା ବ୍ୟକ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ୪ଟି ଘର ବିକ୍ରି ହୋଇସାରିଲାଣି । ଏବେ ଅପେକ୍ଷା ବିକି ଘର ବିକ୍ରି ପାଇଁ କେତେଦିନ ଲାଗୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More