Only for Entertainment

ସନ୍ୟାସୀ ଜୀବନ ବିତାଉଛନ୍ତି ଆମୀର ଏବଂ ସଂଜୟ ଦତ୍ତଙ୍କ ଏହି ହିରୋଇନ

FilmiBeat Hindi
101

ବଲିଉଡ ଅଭିନେତ୍ରୀ ଗ୍ରେସି ସିଂ ଆଜି ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଗ୍ରେସି ସିଂ କ୍ୟାରିଅରର ଆରମ୍ଭ ଆମୀର ଖାନଙ୍କ ସହିତ ଫିଲ୍ମ ଲଗନ’ରୁ କରିଥିଲେ । ପ୍ରଥମ ଫିଲ୍ମ ସୁପରହିଟ ହେବାପରେ ମଧ୍ୟ ଗ୍ରେସି ଇଣ୍ଡଷ୍ଟ୍ରିରୁ ଗାୟବ ହୋଇ ଯାଇଛନ୍ତି । ଫିଲ୍ମକୁ ଆସିବା ପୂର୍ବରୁ ଗ୍ରେସି ଧାରାବାହିକରେ କାମ କରୁଥିଲେ । ୧୯୯୭ରେ ଜି ଟିଭିରେ ଗ୍ରେସି ‘ଅମାନତ’ ଧାରାବାହିକରେ ନଜର ଆସିଥିଲେ । ତେବେ ଏହାପରେ ଆଉ କେତେକ ଧାରାବାହିକରେ ଅଭିନୟ କରିବା ପରେ ଗ୍ରେସିଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା ।

ଫିଲ୍ମ ଲଗାନ ପାଇଁ ନିର୍ଦ୍ଦେଶକ ଆଶୁତୋଷଙ୍କୁ ଏଭଳି ଏକ ହିରୋଇନର ଆବଶ୍ୟକତା ଥିଲା ଯିଏ କ୍ଲାସିକଲ ଡ୍ୟାନ୍ସ କରୁଥିବା ସହିତ ଗାଁ ଝିଅ ଭଳି ଦେଖା ଯାଉଥିବ । ଗ୍ରେସି ଅଡିସନ ପହଂଚିବା ମାତ୍ରେ ଶହ ଶହଙ୍କୁ ପଛରେ ପକାଇ ଗ୍ରେସି ଏହି ଫିଲ୍ମ ପାଇଁ ସିଲେକ୍ଟ ହୋଇଗଲେ । ଏହାପରେ ସେ ଅଜୟ ଦେବଗନଙ୍କ ସହିତ ଫିଲ୍ମ ‘ଗଙ୍ଗାଜଲ’ରେ ନଜର ଆସିଲେ । ଏହାପରେ ୨୦୦୪ରେ ସଂଜୟ ଦତ୍ତଙ୍କ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ’ରେ ନଜର ଆସିଥିଲେ ଗ୍ରେସି । ୨୦୦୮ରେ ଫିଲ୍ମ ମିଳିବା ପରେ ମଧ୍ୟ ସେ ଏହାଠାରୁ ଦୂରତା ବଜାୟ ରଖିଲେ ଏବଂ ଟିଭିରେ ପ୍ରବେଶ କଲେ । ସେ ‘ସନ୍ତୋଷୀ ମା’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

ଗ୍ରେସି ବ୍ରହ୍ମକୁମାରୀ ଆଧ୍ୟାତ୍ମିକ ସଙ୍ଗଠନର ସଦସ୍ୟ । ଅଧିକ ସମୟ ଆଧ୍ୟତ୍ମିକ ଟ୍ରେନିଂ ନେବା ଏବଂ ଦେବାରେ ସେ ସମୟ ବିତାଉଛନ୍ତି । ଏହି କାରଣରୁ ସେ ବିବାହ କରିନାହାଁନ୍ତି । ଏହା ବ୍ୟତୀତ ଗ୍ରେସି ଷ୍ଟେଜ ଶୋ କରୁଛନ୍ତି ଏବଂ କ୍ଲାସିକଲ ଡ୍ୟାନ୍ସ ମଧ୍ୟ ଶିଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More