Only for Entertainment

ଅର୍ଜୁନ କପୁରଙ୍କୁ ଫ୍ୟାମିଲି ମେମ୍ବରଙ୍କ ଠାରୁ ମିଳିଲା ଧମକ! ଜାଣନ୍ତୁ କିଏ ଏବଂ କାହିଁକି ଦେଲେ ଧମକ ।

DNA India
0 57

ବଲିଉଡର ‘ଇଶକଜାଦେ’ ଅର୍ଜୁନ କପୁର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ନିକଟରେ ସେ ନିଜର ୩୩ ତମ ଜନ୍ମଦିନ ପାଳନ କରିଥିଲେ । ଅର୍ଜୁନ ନିଜ ଜନ୍ମଦିନକୁ ଫ୍ୟାମିଲି, ଫ୍ରେଣ୍ଡସ ଏବଂ ଫ୍ୟାନମାନଙ୍କ ସହିତ କେକ କାଟି ସେଲିବ୍ରେଟ କରିଥିଲେ । ସେଲିବ୍ରେସନର କିଛି ଫଟୋ ଅର୍ଜୁନ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ନିଜ ଜନ୍ମଦିନର ଦୁଇ ଦିନ ପରେ ଅର୍ଜୁନ ଆଉ ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

 

୩୩ ତମ ଜନ୍ମଦିନ ପାଳନ କରିବା ପରେ ଅର୍ଜୁନଙ୍କ ଜେଜେ ମା’ ନିର୍ମଳ କପୁର ତାଙ୍କୁ ଏକ ଉପହାର ଦେଇ ନିଜ ଇଚ୍ଛା ବ୍ୟକ୍ତ କରିଛନ୍ତି । ଅର୍ଜୁନଙ୍କ ଜେଜେ ମା’ଙ୍କ ଇଚ୍ଛା ଅର୍ଜୁନ ଶୀଘ୍ର ବିବାହ କରିନିଅନ୍ତୁ । ଏହାର ଫଟୋ ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅର୍ଜୁନ ଏହି ଫଟୋକୁ ସେୟାର କରି ଲେଖିଥିଲେ, ‘ଯେବେ ଜେଜେ ମା’ଙ୍କ ଉପହାରରେ ଏକ ରିକ୍ୱେଷ୍ଟ, ଧମକ, ଲାଂଚ ହୋଇଥାଏ ଏହା ସହିତ ଏକ ଆଦେଶ ରହିଥାଏ । ’

ଅର୍ଜୁନ ଏହି ଫଟୋକୁ ସେୟାର କରିବା ପରେ ତାଙ୍କ ଫ୍ୟାନମାନେ ମଧ୍ୟ ଜେଜେ ମା’ ଙ୍କ ସପୋର୍ଟରେ କହିଥିଲେ ଏବଂ ଅର୍ଜୁନଙ୍କୁ ଶୀଘ୍ର ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଫିଲ୍ମ ବିଷୟରେ କହିବାକୁ ଗଲେ ଅର୍ଜୁନ ଏବେ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More