Only for Entertainment

ଜ୍ୱାଇଁକୁ ଯୌତୁକରେ ମିଳିଲା ମାଙ୍କଡ଼,ଭିଡିଓ ହେଲା ଭାଇରାଲ ।

punjab kesari
0 46

ପ୍ରାୟତଃ ବିବାହରେ ବରକୁ ଦାମୀ କାର,ଗହଣା ଓ ଆସବାବ ପତ୍ର ଆଦି ଦେବାର ଦେଖିବାକୁ ମିଳିଥାଏ,କିନ୍ତୁ ଟୋହାନାର ଜଣେ ଯୁବକଙ୍କ ବିବାହରେ ଏଭଳି କିଛି ଯୌତୁକ ମିଳିଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ସେହି ଯୁବକଙ୍କୁ ଶ୍ୱଶୁର ଘର ଲୋକ ଯୌତୁକରେ ଏକ ପ୍ରକାର ମାଙ୍କଡ଼ ଦେଇଛନ୍ତି,ଯାହା ଏବେ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ ଟୋହାନାର ସଂଜୟ ପୁନିୟାଙ୍କ ବିବାହ ଉଚାନାର ଡବାନାଖେଡ଼ାରେ ହରିଶ୍ଚନ୍ଦ୍ରଙ୍କ ଝିଅ ରିତୁଙ୍କ ସହିତ ୧୧ ଫେବୃୟାରୀକୁ ବିବାହ ହୋଇଛି । ଏହି ବିବାହରେ ବଧୂ ଘର ପକ୍ଷ ସଂଜୟଙ୍କୁ ଭିନ୍ନ ଭାବରେ ଏକ ମାଙ୍କଡ଼କୁ ଯୌତୁକ ଦେଇଛନ୍ତି ।

ସଂଜୟଙ୍କ କହିବା ଅନୁସାରେ ସେ ଗାଈ ଗୋରୁଙ୍କ ଲାଳନ ପାଳନ ପାଇଁ ଅଢେଇ ଏକର ଜମିରେ ସବୁଜ ଚାରା ଲଗାଇଛନ୍ତି । କିନ୍ତୁ ସେଠାରେ ବହୁ ସମୟରେ ମାଙ୍କଡ଼ ମାନେ ତାଙ୍କୁ ଅସୁବିଧାରେ ପକାନ୍ତି । ସେଥିପାଇଁ ସେ ଏକ ମାଙ୍କଡ଼କୁ ପାଳିବା କଥା ଚିନ୍ତା କରୁଥିଲେ, କିନ୍ତୁ ଏହା ପୂର୍ବରୁ ଶ୍ୱଶୁର ଘର ଲୋକ ତାଙ୍କୁ ଯୌତୁକରେ ଏକ ମାଙ୍କଡ଼ ଦେଇଛନ୍ତି । ଏବେ ତାଙ୍କୁ ମାଙ୍କଡ଼ଙ୍କ ଠାରୁ ମୁକ୍ତି ମିଳିଛି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More