Only for Entertainment

ଅମାନୁଷିକତାର କରାଳ ଦୃଶ୍ୟ ! କ୍ଷେତରେ କାମ ନକରିବାରୁ ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ , ଦେଖନ୍ତୁ ଭିଡିଓ ।

panjab kesari
0 38

ବିକାନେରର କୋଲାୟତରେ ନାବାଳକଙ୍କ ସହ ଦୁର୍ବବ୍ୟହାର କରିଥିବା ଖବର ସାମ୍ନାକୁ ଆସିଛି । ଛୋଟ ପିଲା ମାନଙ୍କୁ ଏକ ଛୋଟ କଥା ପାଇଁ ମିଳିଛି କଠୋର ଦଣ୍ଡ । ମୋଟାବତାଂ ଗ୍ରାମର ଏକ ପରିବାରରେ ଚାରି ନାବାଳକ କ୍ଷେତକୁ ଦେଖିବା ପାଇଁ ଯାଇଥିଲେ, ପାଖ କ୍ଷେତର ମାଲିକ ସେହି ପିଲାଙ୍କୁ ତାଙ୍କ କ୍ଷେତରେ କାମ କରିବା ପାଇଁ କହିଥିଲେ ।

ସେମାନେ କାମ କରିବାକୁ ଅସ୍ୱୀକାର କରିବାରୁ କ୍ଷେତର ମାଲିକ ରାଗି ଯାଇଥିଲେ । ସେହି ପିଲା ମାନଙ୍କୁ ଉଲଗ୍ନ କରି ସେମାନଙ୍କୁ ୨.୫କିମି ରାସ୍ତାରେ ଦୌଡାଇଥିଲେ ଏବଂ ପରେ ମାଡ ମାରିଥିଲେ । ଏହି ଶିଶୁ ମାନଙ୍କ ବୟସ ହାରାହାରି ୮-୧୦ବର୍ଷ ହେବ ।

ସେହି ପିଲାମାନଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆଶ୍ଚର୍ଯ୍ୟ ବିଷୟ ଏହା ଯେ ଅଭିଯୁକ୍ତମାନେ ନିଜେ ଏହି ପିଲାମାନଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ପିଲାମାନଙ୍କ ପରିବାର ବର୍ଗ ଅଭିଯୁକ୍ତଙ୍କ ଖିଲାଫରେ ଥାନାରେ ଅଭିଯୋଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More