Only for Entertainment

କ୍ଷତିକାରକ ହୋଇପାରେ ନଖ ବଢାଇବା !

Evening Standard
37

ଅନେକ ନଖକୁ ସୌନ୍ଦର୍ଯ୍ୟ ସହ ତୁଳନା କରିଥାନ୍ତି । ହେଲେ ନଖ ସୌନ୍ଦର୍ଯ୍ୟ ଅପେକ୍ଷା ଶରୀର ପାଇଁ ଅଧିକ ଗୁରୁତ୍ୱ ରଖେ । ନଖ କେରାଟିନ୍‍ ନାମକ ଏକ କଠିନ ପ୍ରୋଟିନ୍‍ରୁ ତିଆରି ହୋଇଥାଏ । ଏହା ପାଦ ଏବଂ ହାତ ଆଙ୍ଗୁଳିକୁ ସୁରକ୍ଷା ଦେଇଥାଏ । କୌଣସି ସାମଗ୍ରୀ ଉଠାଇବାରେ ମଧ୍ୟ ସହଯୋଗ କରିଥାଏ । ହେଲେ ବୁଝିବା ଦରକାର ଯେ, ପିଲା ବେଳୁ କାହିଁକି ଘର ଲୋକେ ସପ୍ତାହକୁ ଥରେ ନଖ ସଫା କରିବାକୁ ପରାମର୍ଶ ଦେଇଥାନ୍ତି । ଲମ୍ବା ଏବଂ ଅପରିସ୍କାର ନଖ ସଂକ୍ରମଣ ସୃଷ୍ଟି କରିଥାଏ । ଏହାଦ୍ୱାରା ଘାତକ ବ୍ୟାକ୍ଟେରିଆ ଶରୀରକୁ ପ୍ରବେଶ କରିଥାଏ । ଗବେଷଣାରୁ ଜଣାପଡିଛି ଯେ, ଏହି ବ୍ୟାକ୍ଟେରିଆ କାରଣରୁ ବାନ୍ତି ଓ ଝାଡ଼ା ପିଲାଙ୍କୁ ହୋଇଥାଏ । ଲମ୍ବା ନଖ କାରଣରୁ ରୋଗ ଜୀବାଣୁ ଶରୀରକୁ ପ୍ରଭାବିତ କରିଥାଏ ।

ସେହିପରି ମାଆ ମାନଙ୍କର ଲମ୍ବା ନଖ ଅନେକ ସମୟରେ ପିଲାଙ୍କୁ ଆଘାତ ମଧ୍ୟ ଦେଇଥାଏ । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲମ୍ବା ଅପରିଷ୍କାର ନଖ ମାଆ ଏବଂ ଭୃଣକୁ ମଧ୍ୟ ପ୍ରଭାବିତ କରିଥାଏ । ନଖକୁ ସୁନ୍ଦର କରିବା ପାଇଁ ନେଲପେଣ୍ଟ ଏବଂ ରିମୁଭରର ବ୍ୟବହାର କରାଯାଉଥିଲା ବେଳେ ଏହାର ରସାୟନିକତତ୍ୱ ଅନେକ ସମୟରେ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେଣୁ ନଖ ସିନା ସୌନ୍ଦର୍ଯ୍ୟ ବଢାଇଥାଏ ହେଲେ ଏହାଦ୍ୱାରା ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ତେଣୁ ନଖକୁ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିବା ଅପେକ୍ଷା ସ୍ୱଚ୍ଛତା ଦିଗକୁ ପ୍ରତ୍ୟେକ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More