Only for Entertainment

କର୍କଟ ରୋଗ ନିରାକରଣରେ ସହାୟକ ହୋଇଥାଏ ପିଜୁଳି, ପ୍ରତଦିନ ଖାଦ୍ୟରେ ସାମିଲ କରନ୍ତୁ

41

ଅଧିକ ସମୟ ପର୍ଯ୍ୟନ୍ତ ଟିଭି, କମ୍ପ୍ୟୁଟର ଏବଂ ମୋବାଇଲ ଫୋନର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ । ସେଥିପାଇଁ ପ୍ରତିଦିନର ଖାଦ୍ୟରେ ପିଜୁଳିକୁ ସାମିଲ କରନ୍ତୁ । ଏଥିରେ ଭିଟାମିନ ସି ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

 

ପିଜୁଳି ଭଳି ତା’ର ପତ୍ର ମଧ୍ୟ ଲାଭଦାୟକ । ପିଜୁଳି ପତ୍ରକୁ ପାଣିରେ ଫୁଟାଇବା ସହ ଥଣ୍ଡା ହେବା ପରେ ତାହାକୁ କେଶରେ ଭଲ ଭାବରେ ମାଲିସ କରନ୍ତୁ । କିଛି ସମୟ ରଖି ଧୋଇ ନିଅନ୍ତୁ । ଏହା ଦ୍ୱାରା କେଶ ମଜବୁତ ସହ ଘନ ହେବ ।

 

ପିଜୁଳିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନ୍‌ ଏବଂ ଭିଟାମିନ ସି କର୍କଟ ରୋଗ ସୃଷ୍ଟିକାରୀ ଭାଇରସ ସହ ଲଢ଼ିଥାଏ । ପିଜୁଳି ଖାଇବା ଦ୍ୱାରା ପ୍ରୋଷ୍ଟେଟ କର୍କଟ ରୋଗ ଏବଂ ସ୍ତନ କର୍କଟ ରୋଗ ହେବା ଆଶଙ୍କା କମ ହୋଇ ଯାଇଥାଏ ।

 

ପିଜୁଳିରେ ଫାଇବରର ପରିମାଣ ଅଧିକମାତ୍ରାରେ ରହିଥାଏ । ଯାହା ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ସହ ପାଚନକ୍ରିୟାକୁ ସୁସ୍ଥ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More