କଳା କେଶକୁ ଧଳା କରିବାରେ ସହାୟକ ହୁଏ ପିଜୁଳି ପତ୍ର
ଆପଣ ଯଦି କେଶ ଧଳା ହୋଇ ନ ଝଡ଼ିବା ପାଇଁ ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର କରୁଛନ୍ତି, ଆଉ ସେପରି ଫଳ ପାଇପାରୁ ନାହାନ୍ତି, ତେବେ ପିଜୁଳି ପତ୍ରର ବ୍ୟବହାର କରି ଦେଖନ୍ତୁ। ଏହା ଆପଣଙ୍କୁ ଫାଇଦା ନିଶ୍ଚୟ ଦେବ।
ଆପଣ ପିଜୁଳି ପତ୍ର ଆଣି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ପରେ ଗ୍ରାଇଣ୍ଡ କରି ପାଉଡର୍ ତିଆରି କରିଦିଅନ୍ତୁ। ଏହା ପରେ ପିଜୁଳି ପତ୍ରର ପାଉଡର୍ରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ଲଗାଇ ୧୫ରୁ ୨୦ ମିନିଟ୍ ଯାଏ କେଶରେ ରଖନ୍ତୁ।
ଏହା ପରେ ଆପଣ କେଶ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କେଶର ରୁପି ସମସ୍ୟାକୁ ଦୂର କରିବ।
ଆପଣ ଧଳା କେଶକୁ କଳା କରିବା ପାଇଁ ପାଣିରେ ପିଜୁଳି ପତ୍ର ସହ ଭୃଷଙ୍ଗ ପତ୍ରକୁ ଫୁଟାଇ ଦିଅନ୍ତୁ। ଏବେ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ତା ପରେ ସେହି ପାଣିରେ କେଶ ଧୋଇଦିଅନ୍ତୁ। ଏହା ପରେ ଆପଣ ଯେ କୌଣସି ସାମ୍ପୂରେ କେଶ ଧୋଇଦିଅନ୍ତୁ। ସପ୍ତାହ ମଧ୍ୟରେ ଆପଣ କେଶରେ ଫରକ୍ ଦେଖିପାରିବେ।
କେଶ ଝଡ଼ିବା ସମସ୍ୟାକୁ ରୋକିବା ପାଇଁ ଆପଣ ପିଜୁଳି ପତ୍ରର ପାଉଡର୍ ସହ ଅଳ୍ପ ଅଁଳା ତେଲ ପକାଇ କେଶ ମୂଳରେ ହାଲୁକା ଭାବେ ମସାଜ୍ କରନ୍ତୁ। ଏହାକୁ ଏବେ ୩୦ ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ଆପଣ ସାମ୍ପୂରେ କେଶ ଧୋଇ ଦିଅନ୍ତୁ। ଏହା କେଶ ଝଡ଼ିବା ସମସ୍ୟାକୁ ରୋକିବ।