Only for Entertainment

ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଜବାନୀ ଜାନେମନ’ ସେଟରୁ ସାମ୍ନାକୁ ଆସିଲା ପ୍ରଥମ ଫଟୋ, କିଏ ଏହି ଅଭିନେତ୍ରୀ ?

instagram oic
44

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଜବାନୀ ଜାନେମନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ଆଲିଆ ସୈପଙ୍କ ଝିଅ ଭୂମିକାରେ ନଜର ଆସିବେ । ଈତି ମଧ୍ୟରେ ଫିଲ୍ମର ସୁଟିଂ ସେଟରୁ ଏକ ଫଟୋ ସାମ୍ନାକୁ ଆସିଛି ।

ସାମ୍ନାକୁ ଆସିଥିବା ଏହି ଫଟୋରେ ଜଣେ ଅଭିନେତ୍ରୀଙ୍କ ବ୍ୟାକ ସାଇଡ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ଜୋର ସୋରରେ ଚଲିଛି ସତ କିନ୍ତୁ ମେକର୍ସ ସେୟାର କରିଥିବା ଫଟୋରେ ଥିବା ଅଭିନେତ୍ରୀ ଜଣଙ୍କ କିଏ ତାହା ଚିହ୍ନିବା ମୁସକିଲ ହୋଇପଡିଛି ।

 

ଫିଲ୍ମରେ ସୈପଙ୍କ ପତ୍ନୀ କରୀନା କପୁର ଖାନ ନଜର ଆସିବେ ବୋଲି ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ମେକର୍ସ ଏହାକୁ ଖଣ୍ଡନ କରିଥିଲେ । ଅନ୍ୟ ପକ୍ଷରେ ତବୁଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି । କରୀନା ଏବେ ଲଣ୍ଡନରେ ନିଜର ଆଗାମୀ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ସୁଟିଂ କରୁଛନ୍ତି । ଫିଲ୍ମରେ ଇରଫାନ ଖାନଙ୍କ ସହିତ ନଜର ଆସିବେ । ହୋଇପାରେ କରୀନା ଜବାନୀ ଜାନେମନରେ କୌଣ ସି ଭୂମିକାରେ ନଜର ଆସିପାରନ୍ତି । କାରଣ ଏହି ଫିଲ୍ମର ସୁଟିଂ ମଧ୍ୟ ଲଣ୍ଡନରେ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More