Only for Entertainment

ଗୁଲାବଜାମୁନର ପ୍ରସ୍ତୁତି ପ୍ରଣାଳୀ

xantilicious
0 110

ନୂଆ ବର୍ଷ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ତ ସମସ୍ତେ କରନ୍ତି କିନ୍ତୁ ତାହା ସହିତ ଯଦି କିଛି ମିଠା ଖାଇବାକୁ ମିଳେ ତେବେ ଖୁସିରେ କିଛି ନିଆରା ଅନୁଭୂତି ସୃଷ୍ଟି ହୋଇଥାଏ । ଠିକ ସେହିପରି ନୂଆ ବର୍ଷ ସେଲିବ୍ରେସନ ପାଇଁ ଆସନ୍ତୁ ଜାଣିବା ଗୁଲାବଜାମୁନର ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ- ଗୁଲାବଜାମୁନ ପାଉଡର,ଗୁଜୁରାତି,ଚିନି,ଜଳ,ଅଳ୍ପ ଦୁଗ୍ଧ, ଆଲମଣ୍ଡ କିମ୍ବା ପିସ୍ତାଚିଓ ଏବଂ ଘିଅ ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଏକ ଡିପ ପ୍ୟାନରେ ଚିନି,ଜଳ ଏବଂ ଗୁଜୁରାତି ଗୁଣ୍ଡ ପକାନ୍ତୁ । ସିରା ପ୍ରସ୍ତୁତ ହେବା ପାଇଁ ଏହାକୁ ୧୦ରୁ ୧୨ ମିନିଟ ପର୍ଯ୍ୟନ୍ତ ମିଡିୟମ ଫ୍ଲେମରେ ବସାନ୍ତୁ । ଏକ ବାଉଲରେ ଗୁଲାବଜାମୁନ ପାଉଡର ନିଅନ୍ତୁ ଏବଂ ସେଥିରେ କିଛି ଦୁଗ୍ଧ ପକାଇ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଗୋଲ ଗୋଲ କରି ଏଥିରେ ଛୋଟ କଟା ଆଲମଣ୍ଡ କିମ୍ବା ପିସ୍ତାଚିଓକୁ ରଖନ୍ତୁ । ପରେ ଏହାକୁ ତେଲ କିମ୍ବା ମିଅରେ ମିଡିୟମ ଫ୍ଲେମରେ ବସାନ୍ତୁ । ଗୋଲଡେନ ବ୍ରାଉନ ରଙ୍ଗ ହେବା ପରେ ଏହାକୁ ବାହାର କରି ି ୩ରୁ ୪ ମିନିଟ ଥଣ୍ଡା କରନ୍ତୁ ଓ ଏହାକୁ ସିରାରେ ପକାନ୍ତୁ । ତେବେ ଖାଇବା ପୂର୍ବରୁ ଏହାକୁ ଅତି କମରେ ଦେଢ ଘଂଟା ପର୍ଯ୍ୟନ୍ତ ସିରାରେ ବୁଡ଼ାଇ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More