Only for Entertainment

ଆସିଲା ଆଗାମୀ ବଲିଉଡ୍ ମୁଭି ଗଲ୍ଲି ବୟର ଆଉ ଏକ ର‌୍ୟାପ୍ ସଙ୍ଗ ‘ଆଜାଦି’ !

40

ଆସିଲା ଆଗାମୀ ବଲିଉଡ୍ ମୁଭି ଗଲ୍ଲି ବୟର ଆଉ ଏକ ର‌୍ୟାପ୍ ସଙ୍ଗ ‘ଆଜାଦି’ । ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଏବେ ଏହି ନୂଆ ର‌୍ୟାପ୍ ଗୀତକୁ ରିଲିଜ୍ କରିଛନ୍ତି ମେକର୍ । ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର୍ ସିଂ ଓ ଆଲିଆ ଭଟ୍ଟ ।

ମୁକ୍ତିଲାଭ କଲା ରଣବୀର୍ ସିଂ ଓ ଆଲିଆ ଭଟ୍ଟ ଅଭିନୀତ ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ଗଲ୍ଲି ବୟର ଆଉ ଏକ ର‌୍ୟାପ୍ ଗୀତ । ଯାହାର ଟାଇଟେଲ୍ ରହିଛି ‘ଆଜାଦି’ । ଗୀତରେ ଫିଲ୍ମର ଲିଡ୍ ନାୟକ ରଣବୀର୍ ସିଂଙ୍କୁ ବେଶ ସାଧାରଣ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମରେ ବସ୍ତି ଅଂଚଳର ଜଣେ ସାଧାରଣ ଯୁବକ ଚରିତ୍ରରେ ନଜର ଆସିଛନ୍ତି ରଣବୀର୍ । ଏହା ସହ ଜୀବିକା ପାଇଁ ସାଥୀଙ୍କ ସହ ମିଶି କାର୍ ଚୋରି କରେ । ହେଲେ ସେ ର‌୍ୟାପର୍ ହେବାର ସ୍ୱପ୍ନ ଦେଖେ । ଆଉ ର‌୍ୟାପର୍ ହେବାର ନିଜ ସ୍ୱପ୍ନ ପୂରଣ କରେ କି ନାହିଁ ତାହା ଫିଲ୍ମ ରିଲିଜ୍ ହେବା ପରେ ଜଣା ପଡିବ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଡିଭାଇନ୍ ଓ ଡେବ୍ ଶର୍ମା । ଆଉ ଏହି ଗୀତରେ ର‌୍ୟାପ୍ କରିଛନ୍ତି ଡିଭାଇନ୍ ଓ ଡେବ୍ ଶର୍ମା । ଗୀତରେ ଲିରିକ୍ସ ମଧ୍ୟ ଦେଇଛନ୍ତି ଡିଭାଇନ୍ ଓ ଡେବ୍ ଶର୍ମା ।

ନିର୍ଦ୍ଦେଶିକା ଜୋୟା ଅଖତର୍ଙ୍କ ଏହି ସିନେମାଟି ମୁମ୍ବାଇର ସ୍ଲମ୍ ଏରିଆରେ ରହୁଥିବା ଜଣେ ସାଧାରଣ ଯୁବକକୁ ନେଇ ଗତିଶୀଳ ହୋଇଛି । ସିନେମାରେ ରଣବୀର୍, ଆଲିଆଙ୍କ ବ୍ୟତୀତ କଳକୀ କୋଚଲିନ୍, ଆକାଶ ଥୋସାର୍, ବିଜୟ ବର୍ମା, ବିଜୟ ରାଜ୍, ଅମୃତ ଶୁଭାଶ, ଡିଭାଇନ୍, ସୁରଭିନ୍ ଚାୱଲା ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ଫରହାନ୍ ଅଖତର୍, ରିତେଶ ସିଦ୍ଧୱାନିଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର୍ । ୧୪ ଫେବୃୟାରି ରେ ମୁକ୍ତିଲାଭ କରିବ ଗଲ୍ଲି ବୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More