Only for Entertainment

ରିଲିଜ ହେଲା ‘ ଅପନା ଟାଇମ ଆୟେଗା’ ସଙ୍ଗ, ଦେଖିବାକୁ ମିଳିଲା ରଣବୀରଙ୍କ ଜବରଦସ୍ତ ଅନ୍ଦାଜ !

20

ବଲିଉଡ ଅଭିନେତା ରଣବୀର ସିଂ କିଛି ଦିନ ହେବ ଫିଲ୍ମ ‘ଗଲିବୟ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆଜି ଏହି ଫିଲ୍ମର ଏକ ବହୁଚର୍ଚ୍ଚିତ ଗୀତ ‘ଅପନା ଟାଇମ ଆୟେଗା’ରିଲିଜ କରାଯାଇଛି । ଏହି ଗୀତର ବୋଲ ଗୁଡିକ କମାଲ ହୋଇଛି । ସେହିପରି ରଣବୀର ନିଜେ ଏହି ଗୀତରେ ସ୍ୱର ଦେଇଛନ୍ତି । ଦେଖନ୍ତୁ ଭିଡିଓ-

ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଗୀତରେ ରଣବୀର ଖାସ ଅନ୍ଦାଜରେ ନଜର ଆସିଛନ୍ତି । ଯାହା ଆଜିର ପିଢିକୁ ଖୁବ ପସନ୍ଦ ଆସୁଛି ।

ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଆଲିୟା ମଧ୍ୟ ନଜର ଆସିବେ । ଯିଏକି ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକା ତୁଲାଇବେ । ରଣବୀର ସିିଂ ଏବଂ ଆଲିୟାଙ୍କ ବ୍ୟତୀତ କଲ୍କି କୋଚଲିନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମଟି ୧୪ଫେବୃୟାରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More