Only for Entertainment

ଗୁନା ୩୬୯ ଟ୍ରେଲର : ଆକ୍ସନ ଡ୍ରାମାରେ ଭରପୂର ପ୍ରତିଶୋଧ

pinkvilla
30

ବହୁ ପ୍ରତିକ୍ଷୀତ କାର୍ତ୍ତିକେୟ ଏବଂ ଅନଘ ଏଲ.କେଙ୍କ ଅଭିନୀତ ଫିଲ୍ମ ଗୁନା ୩୬୯’ର ଟ୍ରେଲର ରିଲିଜ ହୋଇ ସାରିଛି । ଫିଲ୍ମର ପ୍ରମୋଶନାଲ ଭିଡ଼ିଓ ଏହାର କାହାଣୀ କିଭଳି ହୋଇଥିବ ପ୍ରମାଣିତ କରିଦେଉଛି । ଏହାର ଟ୍ରେଲର ଦେଖି ଜଣାପଡ଼ୁଛି ଏହା ପ୍ରତିଶୋଧକୁ ନେଇ ପର୍ଯ୍ୟବେଷିତ, ଯାହା ଖୁବ ଡ୍ରାମା ଏବଂ ଆକ୍ସନରେ ଭରପୂର । ଫିଲ୍ମର ଆକ୍ସନ ସିକ୍ୱେନ୍ସ ଆକ୍ସନ ଲଭରଙ୍କ ପାଇଁ ନିର୍ମାଣ ହୋଇଛି କହିଲେ ଭୁଲ ହେବ ନାହିଁ । କାର୍ତ୍ତିକେୟ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ଆଦିତ୍ୟ ଜଣେ ବିରୋଧୀ ଭାବରେ ନଜର ଆସିବେ ।

ଫିଲ୍ମରେ କାର୍ତ୍ତିକେୟ ବେଶ୍ ଭଲ ଅଭିନୟ କରିଛନ୍ତି, ଏହା ଟ୍ରେଲରରେ ପ୍ରମାଣିତ ହୋଇଛି । ଫିଲ୍ମ ସତ୍ୟ କାହାଣୀ ଠାରୁ ପ୍ରେରିତ ହୋଇଛି । ଏହା ସିନେମାଘରେ ୨ ଅଗଷ୍ଟକୁ ରିଲିଜ ହେବ । ଏହି ଫିଲ୍ମ କାର୍ତ୍ତିକେୟଙ୍କ ତୃତୀୟ ଫିଲ୍ମ । କାର୍ତ୍ତିକେୟ ବ୍ଲକବଷ୍ଟର ଫିଲ୍ମ ଆରଏକ୍ସ ୧୦୦ରେ ଡେବ୍ୟୁ କରିଥିଲେ । ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିଥିଲେ ପାୟଲ ରାଜପୂତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More