Only for Entertainment

କାର୍ତ୍ତିକ ମାସରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Whats Cooking
405

ପବିତ୍ର ମାସ କାର୍ତ୍ତିକ ଆରମ୍ଭ ହୋଇସାରିଛି । କାର୍ତ୍ତିକକୁ ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାସ ବୋଲି କୁହାଯାଏ । ଏହି ମାସରେ ଅନେକ ଲୋକ କାର୍ତ୍ତିକ ବ୍ରତ କରିଥାନ୍ତି । କାର୍ତ୍ତିକ ମାସ ହାସିବା କ୍ଷଣୀ ହବିଷ ଡାଲମା କଥା ମନେ ପଡେ । ଘରେ ଘରେ ହବିଷ ଡାଲମା ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଏହି ଡାଲମା

ଆବଶ୍ୟକ ସାମଗ୍ରୀ-

ମୁଗ ଡାଲି -୧ କପ୍, ଓଉ- ୨ ଖଣ୍ଡ, ଅଦା- ଛୋଟ ଖଣ୍ଡ, ଖମ୍ବଆଳୁ- ଛୋଟ ଖଣ୍ଡ, କଂଚା କଦଳୀ, ସାରୁ, ଘିଅ- ୧.୫ ଚାମଚ, ହେଙ୍ଗୁ- ୧/୨ଚାମଚ, ଜିରା- ୧ ଚାମଚ, ତେଜପତ୍ର- ୧ଟା, ଶୁଖିଲା ଲଙ୍କା-୬ରୁ ୭ଟି, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ ଆବଶ୍ୟକ ଅନୁଯାୟୀ।

ପସ୍ତୁତି ପ୍ରଣାଳୀ-

ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ଡାଲି ବତୁରିବା ସମୟରେ ସେଥିରେ ପଡ଼ିବାକୁ ଥିବା ପରିବାକୁ କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଆଉ ୩-୪ କପ୍ ପାଣି ଦେଇ ଗୋଟିଏ ସିଟି ଦିଅନ୍ତୁ। ଆଉ ଗୋଟିଏ କଢ଼େଇରେ ଘିଅ ପକାଇ ସେଥିରେ ତେଜପତ୍ର, ଜିରା, ହିଙ୍ଗୁ ପକାଇ ସେଥିରେ ସିଝିଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଟିକିଏ କୋରା ନଡ଼ିଆ, ଜିରା ଆଉ ଶୁଖିଲା ଲଙ୍କାକୁ ଭାଜି ଗୁଣ୍ଡ କରି ଡାଲି ଉପରେ ପକାଇ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More