Only for Entertainment

ହଟ ସିନ କାରଣରୁ ନୀଳନୟନା ହଲିଉଡ ଅଭିନେତା ବ୍ରାଡ ପିଟଙ୍କ ସହ କରିନଥିଲେ ଏହି ଫିଲ୍ମ !

81

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଇଣ୍ଡିଆନ ଫିଲ୍ମ ନୁହେଁ ବରଂ ହଲିଉଡ ଫିଲ୍ମରେ କାମ କରିଛନ୍ତି । ନିକଟରେ ଏକ ବିଷୟର ଖୁଲାସା କରିଥିଲେ ଯେ ଐଶ୍ୱର୍ଯ୍ୟାଙ୍କୁ ୨୦୦୪ରେ ହଲିଉଡ ଫିଲ୍ମ ‘ଟ୍ରାୟ’ରେ ବ୍ରାଡ ପିଟଙ୍କ ବିପକ୍ଷରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା । ଯଦିଓ ଐଶ ଏହି ଫିଲ୍ମ ପାଇଁ ମନା କରି ଦେଇଥିଲେ, ଏହି ଭୂମିକା ରୋଜ ବାୟର୍ନ ତୁଳାଇଥିଲେ ।

ଏକ ରିପୋର୍ଟ ମୁତାବକ ଐଶ କହିଥିଲେ ଏହି ଫିଲ୍ମରେ କିଛି ହଟ ସିନ୍ସ ପାଇଁ ସେ ଏହି ଫିଲ୍ମରେ ଅଭିନୟ ପାଇଁ ମନା କରିଦେଇଥିଲେ । ଏହି ସିନ ଲଢେଇ ମଝିରେ ବ୍ରାଡ ପିଟଙ୍କ ସହ ଭୂମିକା ତୁଲାଇବାକୁ ଥିଲା , ଯାହାକୁ ନେଇ ଐଶ କମ୍ଫର୍ଟବେଲ ଅନୁଭବ କରିନଥିଲେ ।

ଏହି ଫିଲ୍ମ ଛାଡିଲା ପରେ ସେ ଦ ଲାଷ୍ଟ ଲିଜନ, ଦ ପିଙ୍କ ପାନ୍ଥର ୨, ଦ ମିଷ୍ଟ୍ରେସ ଅଫ ସ୍ପାଇସେଜ, ବ୍ରାଇଡ ଆଣ୍ଡ ପ୍ରେଜ୍ୟୁଡିସ ଭଳି ବଡ ହଲିଉଡ ଫିଲ୍ମରେ ସେ କାମ କରିଥିଲେ । ଶେଷ ଥର ପଇଁ ଐଶ ଅନୀଲ କପୂର ଷ୍ଟାରର ଫିଲ୍ମ ଫନ୍ନେ ଖାଁ ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More