Only for Entertainment

ତଖ୍ତ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶାହରୁଖଙ୍କ ଲାଡଲା ଆର‌୍ୟନ୍ !

32

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ ଖାନ୍ ଶାହରୁଖଙ୍କ ଲାଡଲା ଆର‌୍ୟନ୍ ଖାନ୍ । ତେବେ ଆର‌୍ୟନ୍ ଅଭିନୟ ବଦଳରେ ଫିଲ୍ମ ମେକର୍ ଭାବେ ବଲିଉଡରେ ଡେବ୍ୟୁ କରିବେ ଆର‌୍ୟନ୍ । ଆଉ ନିଜ ପ୍ରଥମ ପ୍ରୋଜେକ୍ଟ ପାଇଁ ସେ ଯୋଗ ଦେବେ କରଣ ଜୋହରଙ୍କୁ । କରଣଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ବଲିଉଡ୍ ଫିଲ୍ମ ‘ତଖ୍ତ’ରେ ଆସିଷ୍ଟାଂଟ୍ ଡିରେକ୍ଟର୍ ଭାବେ ନିଜ କ୍ୟାରିୟାର୍ ଆରମ୍ଭ କରିବେ ଆର‌୍ୟନ୍ । ଆର‌୍ୟନ୍ ଫିଲ୍ମ ମେକିଂ ଉପରେ ନିଜ ପାଠପଢା ଏବେ ଜାରି ରଖିଛନ୍ତି ଅନ୍ୟପଟେ ତାଙ୍କ ଭଉଣୀ ସୁହାନା ଅଭିନୟରେ କ୍ୟାରିୟର୍ ଆରମ୍ଭ କରିବେ ବୋଲି ଜଣା ପଡିଛି ।

ଏଠାରେ ଆମେ କହି ରଖୁଛୁ ଯେ,କରଣ ଜୋହରଙ୍କ ଏହି ଆଗାମୀ ଫିଲ୍ମରେ ଅନେକ ନାମୀ ଦାମୀ କଳାକାରଙ୍କୁ ଏକା ସହିତ ଦେଖିବାକୁ ମିଳିବ । ଏହି ଫିଲ୍ମର ନାମ ରହିଛି ‘ତଖ୍ତ’ । ଏହା ଏକ ପିରିୟଡିକ ଡ୍ରାମା ଫିଲ୍ମ । ‘ତଖ୍ତ’ ରେ ନିର୍ଦ୍ଦେଶନା ଦେବେ ଖୋଦ କରଣ ଜୋହର । ଫିଲ୍ମରେ ରଣବୀର ସିଂ, କରୀନା କପୁର, ଆଲିଆ ଭଟ୍ଟ, ଭିକ୍କି କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ଏବଂ ଅନିଲ କପୁର ନଜର ଆସିବେ । ଫିଲ୍ମଟି ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More