Only for Entertainment

ଅତ୍ୟଧିକ କେଶ ଝଡ଼ିବାକୁ ନେଇ ଅତ୍ୟଧିକ ଚିନ୍ତାରେ ରହୁଥିଲେ ଆଜି ହିଁ କରନ୍ତୁ ଏହି କାମ, ଖୁବ ଶୀଘ୍ର ସମସ୍ୟାରୁ ମୁକ୍ତି ମିଳିବ

40

କେଶ ଝଡ଼ିବାକୁ ନେଇ ଆଜିକାଲି ସମସ୍ତେ ଏତେ ଚିନ୍ତିତ ଯେକୌଣସି ପ୍ରକାରର କେମିକାଲ ବ୍ୟବହାର କରିବାକୁ ପ୍ରସ୍ତୁତ । କିନ୍ତୁ ଘରୋଇ ଉପାୟରେ ଯଦି ସମସ୍ୟାର ସମାଧାନ ହୋଇ ପାରିବ ତେବେ କେମିକାଲ କାହିଁକି ବ୍ୟବହାର କରିବେ? କ’ଣ ଆପଣ ଜାଣିଛନ୍ତି କି, ନିମ୍ବ ଆମ କେଶ ପାଇଁ ବହୁତ ଫାଇଦା ଦେଇଥାଏ। ଯଦି ଆପଣ କେଶକୁ ସୁନ୍ଦର ଏବଂ ଘନ କରିବାକୁ ଚାହୁଁଛନ୍ତି, ତାହାଲେ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର ନ କରି ଘରୋଇ ଉପାୟରେ ଏହି ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତୁ।

ଲିମ୍ବ କେଶକୁ ଝଡ଼ିବାକୁ ଦିଏ ନାହିଁ।  ଘନ କରିଥାଏ। କେବଳ ଏତିକି ନୂହେଁ ଏହା କେଶରେ ରୂପି ସମସ୍ୟା ମଧ୍ୟ ଦୂର କରିଥାଏ।

ତାହାଲେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରି ସୁଫଳ ପାଇ ପାରିବେ।

ଆପଣ କିଛି ତାଜା ନିମ୍ବ ପତ୍ର ଆଣି ଭଲରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପତ୍ରକୁ ଭଲରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ କେଶରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଆଉ ପରେ ପାଣିରେ ଧୋଇ ଦିଅନ୍ତୁ। ଏହା କେଶକୁ ମଜବୁତ୍‌ କରିବା ସହ ପ୍ରାକୃତିକ କଣ୍ଡିସନର୍‌ ଭଳି କାମ ଦେବ।

ଯଦି କେଶ ଶୁଷ୍କ ହୋଇଯାଇଛି ତାହାଲେ ତାଜା ନିମ୍ବ ପତ୍ର ଆଣି ଖରାରେ ଶୁଖାଇ ଦିଅନ୍ତୁ। ପତ୍ର ଶୁଖିଗଲା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ଆପଣ ନିମ୍ବ ପତ୍ର ଗୁଣ୍ଡକୁ ମହୁରେ ମିଶାଇ କେଶରେ ଲଗାନ୍ତୁ। ଏବଂ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ। ତେଲରେ ମିଶାଇ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ।

ଏହା କଲେ କେଶ ମଜବୁତ୍‌ ହେବ। ଏହା କେଶକୁ ସୁନ୍ଦର ଏବଂ ଘନ ମଧ୍ୟ କରିଥାଏ। ଏହା ସହ ଆପଣଙ୍କ କେଶରେ କୌଣସି ସମସ୍ୟା ହେବାକୁ ଦେବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More