Only for Entertainment

ମେଥି-ଏଲୋଭେରା ପେଷ୍ଟ କୁ ଏଭଳି କରନ୍ତୁ ବ୍ୟବହାର, ଝଡିବ ନାହିଁ କେଶ !

58

ଆଜିର ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ଅଟେ । ଏହାର ପ୍ରଥମ କାରଣ ବୟସ, ରୂପି ଏବଂ ସଠିକ ମାତ୍ରାରେ ପୋଷକ ତତ୍ତ୍ୱ ନ ମିଳିବ । ଅନେକ ଘରୋଇ ଉପଚାର ରହିଛି, ଯାହା ସାହାଯ୍ୟରେ କେଶ ଝଙ୍ଗିବା ସମସ୍ୟାକୁ ରୋକା ଯାଇପାରିବ । ତେଲ ବ୍ୟବହାର କରିଲେ ମଧ୍ୟ ଅନେକ ଉପକାର ମିଳିଥାଏ । ସୋରିଷ ତେଲ କିମ୍ବା ରାଶି ତେଲ ବାହାରକୁ ବାହାରିବା ସମୟରେ ନାକରେ ପକାଇଲେ ଫାଇଦା ମିଳିଥାଏ ।

ମେଥି ଗୁଣ୍ଡରେ ଆଲୋଭେରା ଏବଂ ପାଣି ମିଶାଇ ଓଦା କରିଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ । ପାଖାପାଖି ଅଧଘଂଟା ରଖିବା ପରେ ଏହାକୁ ଧୋଇ ନିଅନ୍ତୁ । ଏହାବ୍ୟତୀତ ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିମ୍ବ ତେଲ ଏବଂ କପୂର ମିଶାଇ କେଶରେ ମାଲିଶ୍ କରନ୍ତୁ । ଦହି ଏବଂ ଲେମ୍ବୁ ପେଷ୍ଟରେ କେଶରେ ମାଲିସ କରି ଧୋଇ ନିଅନ୍ତୁ । ସେହିଭଳି ରୀଠା ଏବଂ ଶିକାକାଇରେ କେଶକୁ ଧୋଇଲେ କେଶ ଭଲ ରହିଥାଏ । ଓଦା କେଶରେ ତେଲ ଲଗାଇବାରୁ ବଂଚିବା ଆବଶ୍ୟକ । ରାତିରେ ଶୋଇବା ସମୟରେ କେଶରେ ତେଲ ମାଲିସ କଲେ ମଧ୍ୟ କେଶ ସୁସ୍ଥ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More