Only for Entertainment

କେଶ ଝଡ଼ୁଥିଲେ ବ୍ୟବହାର କରନ୍ତୁ ମେଥି ।

55

କେଶ ଝଡ଼ିବା ଏକ ନିତିଦିନିଆ ସମସ୍ୟା । ସେ ଯେକୌଣସି ଋତୁ ହେଉ ବା ସମୟ । ତେବେ ବିଭିନ୍ନ ପ୍ରକାରର ସମସ୍ୟା ଦ୍ୱାରା କେଶ ଝଡ଼ିଥାଏ ଏହା ଆମେ ପୂର୍ବରୁ ଜଣାଇଥିଲୁ । କେବଳ ସେତିକି ନୁହେଁ ପ୍ରତିକାର ମଧ୍ୟ ଜଣାଇଥିଲୁ । ଆଜିମଧ୍ୟ ସେହିଭଳି କିଛି ପ୍ରତିକାର ବିଷୟରେ ଆଲୋଚନା କରିବା ।

ଅଁଳା: ଅଁଳାରେ ଭିଟାମିନ୍-ସି ଅଧିକ ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥାଏ । ଏହା କୋଲେଜନ ଉତ୍ପାଦନ ପାଇଁ ଫାଇଦା ହୋଇଥାଏ । ଏହି କୋଲେଜନ କେଶକୁ ଗ୍ରୋଥ ଏବଂ ବିକାଶ କରିଥାଏ । ସେଥିପାଇଁ ଅଁଳା ପାଉଡରକୁ ପାଣିରେ ମିଶାଇ ତାକୁ କେଶରେ ଲଗାନ୍ତୁ । ଅଧା ଘଣ୍ଟା ପରେ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ମେଥି: ସ୍ୱାଭାବିକ ଭାବେ ମେଥି କଣ୍ଡିସନର ଭଳି କାମ କରିଥାଏ । ଏଥିରେ ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥାଏ । ମେଥି,ଅଁଳା, ସିକାକାଇ ଏବଂ ମେହେନ୍ଦିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶରେ ଲଗାଇବାର ଅଧାଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More