Only for Entertainment

କେଶ ରୋପଣ କରିବାକୁ ଯାଉଛନ୍ତି,ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

figarossalon
0 52

କେଶ ସମସ୍ୟା ଆଜିର ସମୟର ଏକ ବିରାଟ ସମସ୍ୟା । ଏହା ଯେ କେବଳ ନାରୀଙ୍କ ନିକଟରେ ଦେଖାଯାଏ ତାହା ନୁହେଁ,ବରଂ ପୁରୁଷ ମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା କେବଳ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇ ନଥାଏ ବରଂ ମାନସିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ କେଶ ରୋପଣ ଦ୍ୱାରା ଏଭଳି ସମସ୍ୟାର ସମାଧାନ ହୋଇପାରୁଛି । ଏହା ଦ୍ୱାରା ଦୁଇରୁ ତିନି ମାସ ମଧ୍ୟରେ ପ୍ରାକୃତିକ କେଶ ଉଠିବା ଆରମ୍ଭ ହୋଇଯାଏ ଏବଂ ପୂର୍ବଭଳି ଦେଖାଯାଏ । କିନ୍ତୁ ପ୍ରତ୍ୟାରୋପଣ କରିବା ପୂର୍ବରୁ ଏଥିପ୍ରତି ସଜାଗ ରହିବା ଉଚିତ । କାରଣ କେତେକ ସମୟରେ ଫର୍ଜି କେଶର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଏହା ପୂର୍ବରୁ କ୍ଲିନିକ ବିଷୟରେ ତଦାରଖ କରିବା ଉଚିତ । ତାହାର ଗୁଣବତ୍ତା ବିଷୟରେ ମଧ୍ୟ ଅନୁଧ୍ୟାନ କରିବା ଆବଶ୍ୟକ । ବିଜ୍ଞାପନ ଉପରେ ଭରଷା କରି କ୍ଲନିକକୁ ଯିବା ଅନୁଚିତ । ଡାକ୍ତର କେଶ ପ୍ରତ୍ୟାରୋପଣ ବିଶେଷଜ୍ଞ କି ନୁହେଁ ତାହା ମଧ୍ୟ ତଦାରଖ କରିବା ଉଚିତ । ତେବେ ଏଥିପାଇଁ କେବଳ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ ।

ଯଦି ସୁସ୍ଥ କେଶ ଚାହୁଁଛନ୍ତି ତେବେ ତାହାର ଆବଶ୍ୟକୀୟ ଯତ୍ନ ନିଅନ୍ତୁ । ଧ୍ୟାନ ରଖନ୍ତୁଯେ ଯେଉଁ ପ୍ରକାର କେଶ ସାମଗ୍ରୀର ବ୍ୟବହାର କରୁଛନ୍ତି ସେଥିରେ ଯେପରି ରାସାୟନିକ ପଦାର୍ଥ ନଥାଏ । କାରଣ ରାସାୟନିକ ଯୁକ୍ତ ସାମଗ୍ରୀ କ୍ଷତି ପହଂଚାଇଥାଏ । ଏହା ସହିତ ଧ୍ୟାନ ରଖନ୍ତୁଯେ ଏହା ଯେପରି ସୋଡିୟମ ଲରେଲ ସଲଫେଟ ମୁକ୍ତ ହୋଇଥିବ ।

ସପ୍ତାହରେ ଅତି କମରେ ଥରେ କେଶ ଏବଂ ଖପୁରୀକୁ ନରିଶ କରିବା ଉଚିତ । ଯେଉଁଥିରେ ଏଲୋଭେରା,ଅଁଳା,ଭୃଙ୍ଗରାଜ,ତୁଳସୀ,ଲିମ୍ବ ଓ ବ୍ରାହ୍ମୀ ଆଦି ଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More