Only for Entertainment

ହେୟାର ଷ୍ଟ୍ରେଟନିଙ୍ଗ ପାଇଁ କିଛି ଘରୋଇ ଏବଂ ସରଳ ଉପାୟ

pinkitalia
0 47

କୁହାଯାଏ ପୁରୁଷଙ୍କ ନିଶ ଏବଂ ନାରୀଙ୍କର କେଶ, ଏ ଦୁଇଟି ଉଭୟଙ୍କର ସୌନ୍ଦର୍ଯ୍ୟର ଏକ ପ୍ରମୁଖ କାରଣ । କିନ୍ତୁ ପୁରୁଷଙ୍କ ଅପେକ୍ଷା ନାରୀଙ୍କ କେଶକୁ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ କେଶକୁ ନାରୀ ସୌନ୍ଦର୍ଯ୍ୟର ବିଶେଷ କାରଣ ଭାବରେ ବିବେଚିତ କରାଯାଏ । ସୁନ୍ଦର ଦେଖାଯିବା ପାଇଁ ମହିଳା ମାନେ ନିଜ କେଶକୁ ଭିନ୍ନ ଭିନ୍ନ ପ୍ରକାରର ସଜାଇ ଥାଆନ୍ତି । ଆଜିକାଲି ମହିଳାମାନେ କେଶକୁ ଷ୍ଟ୍ରେଟନିଙ୍ଗ କରିବାକୁ ଖୁବ ଭଲ ପାଉଛନ୍ତି । ଏକ ପାର୍ଟିକୁ ଯିବା ପୂର୍ବରୁ ଘଂଟା ଘଂଟା ସମୟକୁ ସେମାନେ ପାର୍ଲରରେ ନିୟୋଜିତ କରୁଛନ୍ତିି । କିନ୍ତୁ ଏଭଳି କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା କେଶକୁ ୩୦ ମିନିଟ ପର୍ଯ୍ୟନ୍ତ ଅସ୍ଥାୟୀ ରୂପେ ଷ୍ଟ୍ରେଟ କରି ପାରିବେ ।

ଅଲିଭ ଅଏଲ ଏବଂ ଏଲୋଭେରା ଜେଲ-
୧/୨ କପ ଏଲୋଭେରା ଜେଲରେ ୧/୨ କପ ଅଲିଭ ଅଏଲ ମିଶାନ୍ତୁ ଏବଂ କେଶରେ ବ୍ୟବହାର କରନ୍ତୁ । ଏହାର ଠିକ ୩୦ ମିନିଟ ପରେ କେଶକୁ ସାମ୍ପୁ କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଅସ୍ଥାୟୀ ସମୟ ପାଇଁ ଆପଣଙ୍କ କେଶ ଷ୍ଟ୍ରେଟ ରହିବ ।

ଲେମନ ଜୁସ ଏବଂ କୋକୋନଟ ମିଲ୍କ-
ଅଧ କଟୋରୀ କୋକୋନଟ ମିଲ୍କରେ ଗୋଟିଏ ଲେମ୍ୁର ରସକୁ ମିଶାନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ରେଫ୍ରିଜରେଟ କରନ୍ତୁ । ଏହାପରେ ମିଶ୍ରଣକୁ କେଶରେ ଭଲଭାବରେ ବ୍ୟବହାର କରନ୍ତୁ ଏବଂ ଏକ ଗରମ ଟାୱେଲକୁ ୨୦ ମିନିଟ ପାଇଁ କେଶକୁ ଆବଦ୍ଧ କରି ରଖନ୍ତୁ ଓ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା କେଶ ସିଧା ହେବା ସହିତ ସୁନ୍ଦର ମଧ୍ୟ ଦେଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More