Only for Entertainment

ଘର ପରଦା ବଢାଇଥାଏ ଘରର ସୌନ୍ଦର୍ଯ୍ୟ, ବାସ୍ତୁ ଅନୁସାରେ ମଧ୍ୟ ଏହି ପରଦା ଆଣିଥାଏ ଘରର ସୌଭାଗ୍ୟ !

Living Room Ideas
35
ଘରଟିଏ କରିବାକୁ ସମସ୍ତଙ୍କ ସ୍ୱପ୍ନ ଥାଏ । ଘର ହୋଇଗଲା ପରେ ଏହାକୁ ସାଜ୍ଜସଜା କରିବାକୁ ମଧ୍ୟ ସମସ୍ତେ ଆଗଭର ହୋଇପଡନ୍ତି । ଘର ନିଜର ହେଉ କିମ୍ବା ଭଡା । ଘରକୁ ସୁନ୍ଦର କରି ସଜାଇଲେ ଏହା ଦେଖିବାକୁ ଆକର୍ଷଣୀୟ ଲାଗିଲେ ମଧ୍ୟ , ଏହି ସାଜସଜ୍ଜା ଘରର ସୌଭାଗ୍ୟ ମଧ୍ୟ ବଢାଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁ ପଟେ ଏବଂ କିଭଳି ଲଗାଇବା ଘରର ପରଦା (ଡୋର କର୍ଟନ) ।
  • ପୂର୍ବ ଦିଗରେ ଅବସ୍ଥିତ କୋଠରିରେ ସବୁଜ ରଙ୍ଗର ଡୋର କର୍ଟନ୍‌ ଲଗାଇଲେ ବାଣିଜ୍ୟ ବ୍ୟବସାୟରେ ଶୁଭଫଳ ମିଳିବା ସହିତ ଆୟ ଜନିତ ଉତ୍ସ ମଧ୍ୟ ବୃଦ୍ଧି ପାଇଥାଏ।
  • ପଶ୍ଚିମ ଦିଗରେ ଅବସ୍ଥିତ କୋଠରିଗୁଡ଼ିକ ପାଇଁ ଧଳାରଙ୍ଗର ଡୋର କର୍ଟନ୍‌ ଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରର ସଦସ୍ୟଙ୍କୁ ସମସ୍ତ କାର୍ଯ୍ୟରେ ସୁଫଳ ମିଳିଥାଏ।
  • ଉତ୍ତର ଦିଗରେ ଥିବା କୋଠରିରେ ନୀଳରଙ୍ଗର ଡୋର କର୍ଟନ୍‌ ଲଗାଇବା ଦ୍ୱାରା ଘରେ ଧନ ସମ୍ପଦର ଅଭାବ ପରିଲକ୍ଷିତ ହୁଏ ନାହିଁ।
  • ଦକ୍ଷିଣ ଦିଗରେ ଥିବା କୋଠରି ପାଇଁ ନାଲିରଙ୍ଗର ଡୋର କର୍ଟନ୍‌ ଅତ୍ୟନ୍ତ ଉପଯୁକ୍ତ ଏହା ଦ୍ୱାରା ଘରେ  ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ, ଭଲପାଇବା ବୃଦ୍ଧି ଘଟିଥାଏ। ଡ୍ରଇଂରୁମ୍‌ ପାଇଁ ଧଳା, ବାଦାମି, ଧୂସର ରଙ୍ଗର ଡୋର କର୍ଟନ୍‌ ବ୍ୟବହାର କରିବା ଉଚିତ।
  • ବେଡରୁମ୍‌ରେ ସର୍ବଦା ହାଲ୍‌କା ରଙ୍ଗ ଯେମିତି ଗୋଲାପି, ଆକାଶୀ, ବାଦାମି ଆଦି ରଙ୍ଗର ଡୋର କଟନ୍‌ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ।
  • ରୋଷେଇଘର ଲାଗି ନାରଙ୍ଗି ବା ନାଲି ରଙ୍ଗର ଡୋର କର୍ଟନ୍‌ ଲଗାଇବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More