Only for Entertainment

ସେକ୍ସ ଟୟ ସହ ନ୍ୟୁଡ ମଡେଲଙ୍କ ଲାଗି ବନ୍ଦ ହେଲା ସୋନାକ୍ଷୀଙ୍କ ଫିଲ୍ମ ସୁଟିଂ

laughingcolours.com
0 60

୨୦୧୬ରେ ‘ହାପି ଭାଗ ଜାଏଗୀ’ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ହିଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭୟ ଦେଓଲ, ଡାଏନା ପେଂଟି ଅଭିନୟ କରିଥିଲେ । ହାସ୍ୟରାସାତ୍ମକ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ‘ହାପି ଭାଗ ଜାଏଗୀ ରିଟନ୍ସ’ର ସୁଟିଂ ଥାଇଲ୍ୟାଣ୍ଡରେ ଆରମ୍ଭ ହୋଇଥିଲା ବୋଲି ଶୁଣାଯାଉଥିଲା । ଏବେ କିନ୍ତୁ ଏହି ଫିଲ୍ମର ସୁଟିଂକୁ ନେଇ ଥାଇଲ୍ୟାଣ୍ଡ ପୁଲିସ ଅଭିଯୋଗ ଆଣି ସୁଟିଂ ବନ୍ଦ କରି ଦେଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ସୋନାକ୍ଷୀ ସେହ୍ନା ଓ ଡାଏନା ପେଂଟିଙ୍କ ଫିଲ୍ମ ‘ହାପି ଭାଗ ଜାଏଗୀ ରିଟନ୍ସ’ର ସୁଟିଂ ଥାଇଲ୍ୟାଣ୍ଡରେ ବନ୍ଦ କରାଯାଇଛି । ଏହି ଫିଲ୍ମରେ ଯୋଡି ହୋଇଥିବା ଏକ ପ୍ରୋଡକ୍ସନ କମ୍ପାନୀ ‘ଇଂଣ୍ଡ ବ୍ୟାଂକକ କମ୍ପାନୀ ଲିମିଟେଡ’ ଉପରେ ଆରୋପ ଲଗାଇଛି ବ୍ୟାଂକକ ପୁଲିସ ।

ଦ ନେସନର ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ସମୟରେ ନ୍ୟୁଡ ମଡେଲ ସେକ୍ସ ଓ ଅଶ୍ଳୀଳ ଜିନିଷକୁ ନେଇ ଉତ୍ସାହ ଦେଉଥିବା ଅଭିଯୋଗ ଆଣିଛନ୍ତି ଥାଇଲ୍ୟାଣ୍ଡ ପୁଲିସ । ସୁଟିଂ ସେଟ ଉପରେ ଉପସ୍ଥିତ ଥିବା ଏକ ସଦସ୍ୟ ଫଟୋ ଉଠାଇ ସୋସିଆଲ ମିଡିଆଲେ ପୋଷ୍ଟ କରି ଥିଲା । ଯାହା ଫଳରେ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଥାଇଲ୍ୟାଣ୍ଡ ପୁଲିସ ହାତରେ ବି ପଡିଗଲା । ତା’ପରେ ଏହି ଫିଲ୍ମର ସୁଟିଂକୁ ବନ୍ଦ କରିବା ପାଇଁ ସ୍ଥାନୀୟ ପୁଲିସ କର୍ମୀ ନିର୍ଦ୍ଦେଶ ଦେଇଛନ୍ତି ।
ଚାନାସୋଙ୍ଗକ୍ରାମ ପୋଲିସ ଷ୍ଟେସନର ପୁଲିସ କମାଣ୍ଡର ପୋଲ କର୍ନଲ ପିଟକ ସୁଥିକୁଲ କହିବା ଅନୁଯାୟୀ, ଏହି ଫିଲ୍ମର ସୁଟିଂ ପାଇଁ ଫିଲ୍ମ କମ୍ପାନୀ ଗୋଟେ ଦିନ ପୂର୍ବରୁ ଏକ ଫର୍ମ ଆବେଦନ କରିଥିଲା । ଫିଲ୍ମର ଟିମକୁ ଖରାପ ଦୃଶ୍ୟ ପ୍ରଦର୍ଶନ ନକରି ଫିଲ୍ମ ସୁଟିଂ ଆରମ୍ଭ କରିପାରିବେ ଏବଂ ଥାଇଲ୍ୟାଣ୍ଡର ପର୍ଯ୍ୟଟକ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ନ ପଡିବା ଦରକାର ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସତ୍ତ୍ୱ ଫିଲ୍ମରେ ଅଶ୍ଳୀଳ ଦୃଶ୍ୟକୁ ପ୍ରଦର୍ଶନ କରି ବ୍ୟବସାୟ କରିବାକୁ ଚେଷ୍ଟା କରାଯାଉଛି ବୋଲି ବ୍ୟାଂକକ ପୋଲିସ ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଛି । ଯାହା ଫଳରେ ଏହି ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More